Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics Others

4.5  

Bhagaban Otta

Classics Others

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
327


ବରଷକୁ ଥରେ ଆସିଅଛି ହୋଲି

ଖୁସିର ପସରା ନେଇ,

ବସନ୍ତ ଋତୁର ମୁଖ୍ୟ ଆକର୍ଷଣ

ଏଇ ପରବ ଅଟଇ l


ଆସ ଆସ ସାଙ୍ଗ ନେଇ ଯେତେ ରଙ୍ଗ

ଖେଳିବା ସଭିଏଁ ହୋଲି,

ପବିତ୍ର ହୋଲିରେ ନାଚିବା ଝୁମିବା

ପର ଆପଣାର ଭୁଲି l



ବରଷକୁ ଥରେ ହୋଲି ଆସିଅଛି

ପବିତ୍ର ଆମ ଜୀବନ,

ଦେହରେ ପଡିଲେ ହୋଲି ଛିଟା ଥରେ

ଜୀବନ ହୋଇବ ପୂଣ୍ୟ l



ହୋଲି ଦୂର କରେ ପାପ ସବୁ ଯେତେ

ସାଥୀଙ୍କୁ କରି ମିଳନ,

ବନ୍ଧନ ମିଳନ ଅତୁଟ ରହିବ

ଧରି ସଂସାର ବନ୍ଧନ l



ସାଙ୍ଗ ସାଥୀ ମିତ ବନ୍ଧୁ ପରିଜନ

ପିଲା ଠାରୁ ବୃଦ୍ଧା ମିଳି,

ଫଗୁ ଅବିରରେ ହୋଲି ମନାଇବା

ପରସ୍ପର ହୋଇ ବୋଳି l



ଶତ୍ରୁ ହେଉ ଅବା ହେଉ ଆମ ମିତ୍ର

ସଭିଙ୍କୁ ବୋଳିବା ରଙ୍ଗ,

ସଭିଏଁ ଭୁଲିବା ଅତୀତର କଥା

ଲାଗିଲେ ପ୍ରୀତିର ରଙ୍ଗ l



ପବିତ୍ର ହୋଲିର ମନ୍ତବ୍ୟ ଅଟଇ

ମନରୁ ପୋଛିବା ଘୃଣା,

ପ୍ରୀତିର ଅବିର ଦେହରେ ଲାଗିଲେ

ଘୃଣା ହେବ ବାଟ ବଣା l



ନାନାଦି ରଙ୍ଗର ମିଳିତ ସମ୍ଭାର

ମିଶିଲେ ପୀରତି ଭାବ,

ହସିବ ଏ ଗାଆଁ ହସିବ ଦୁନିଆ

ଦୁଃଖର ବିନାଶ ହେବ l


Rate this content
Log in

Similar oriya poem from Classics