ତିନୋଟି କବିତା
ତିନୋଟି କବିତା
ଆଖିରୁ ବହଇ ଅନନ୍ତ ଝରଣା
ଯେଉଁ ଜନଙ୍କର ନିତି
ପ୍ରତିଟି ସମୟ ଲୁହରେ ଗାଧୋଇ
ପାଏ କି ଜୀବନେ ଶାନ୍ତି
କାହା ପାଖେ ଥିବ ପ୍ରୀତି
ଲୁହଟି ଜଣାଇ ଦିଏ ଦୁଃଖ କଷ୍ଟ
ହୃଦୟ କନ୍ଦର ଭିତି।
ସଂସ୍କାର ସଭିଙ୍କୁ ଜଣାଇ ଜଗତେ
କିପରି କା' ପରିବାର
ଭାବ ଦିଆନିଆ କର୍ମ ଆଉ ଧର୍ମ
ଶୃଙ୍ଖଳିତ କାରବାର
ତା' ପାଖେ ବଶ ଈଶ୍ଵର
ସଂସ୍କାରିତ ପାଖେ ଜଗତ କଲ୍ୟାଣ
ବୋହିଥାଏ ଝରଝର?
ବିନମ୍ରତା ଭାବ ଅଥବା କର୍କଶ
କାହାର କେମିତି ଅଛି
ଭାଷା ହିଁ ଜଣାଏ ମଣିଷ ପଣିଆ
ଯଥାଶୀଘ୍ର ଦେଉଅଛି
ପାଇବା କାହାଠୁ କିଛି
ସମୟ ଜଣାଏ ସମ୍ପର୍କର ମୂଲ୍ୟ
କିଏ ସେ ଦେଇଛି ବାଛି?