STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ସୁପ୍ତ ଲୁପ୍ତ ଅପହୃତ ଭାବ କ୍ରମଶଃ

ସୁପ୍ତ ଲୁପ୍ତ ଅପହୃତ ଭାବ କ୍ରମଶଃ

1 min
227


ସଭ୍ୟତା ର କ୍ରମବିକାଶ ସହିତ

ଭାବ-ଦିଆନିଆ ଭାବ

ପରିବର୍ତ୍ତିତ ହୋଇଛି ଓ ହେଉଛି

ସମ୍ପର୍କର ହାବ ଭାବ

ଲେଖିବା ପଢିବା ପୂର୍ବରୁ ମଣିଷ

ସାଙ୍କେତିକ ସୂଚନାରେ

ଭାବ ବିନିମୟ ହେଉଥିଲା ପ୍ରାୟ

ଭାବ ଥାଇ ହୃଦୟରେ

କ୍ରମେ ମନର ଭାଵନା ଲିଖିତ ରୂପେ

ହୋଇଲା ପରି ପ୍ରକାଶ

ମନର ଅକୁହା କଥାକୁ ଭାଷାରେ

ବର୍ଣ୍ଣିତ କରି ସନ୍ତୋଷ

ଯୋଗାଯୋଗ ସୁତ୍ର ହୋଇଲା ଦୃଢ଼

ଚିଠି ଦିଆନିଆ ପରେ

ଟେଲିଫୋନ ଟେଲିଗ୍ରାମ୍ ଜରିଆରେ

ଜରୁରୀ ସେବା ଆକାରେ

ଆଜିକାଲି ମୋବାଇଲ୍ ମାଧ୍ୟମରେ

ସମ୍ପର୍କ ଯୋଡି ହେଉଛି

ମାଧ୍ୟମ ଥାଇ ବି ଯୋଡ଼ି ହେବା ଭାବ

ପ୍ରାୟ ସୁପ୍ତ ରୂପେ ଅଛି

ପ୍ରିୟଜନ ସହ କିଛି ବାର୍ତ୍ତାଳାପ

ଭାବନା ହୁଏ ଜାଗ୍ରତ

ପର ମୁହୂର୍ତ୍ତରେ ଭାବନାରେ ମୋଡ

ନ ହେବାକୁ ବ୍ୟତିବ୍ୟସ୍ତ

ସୁବିଧା ହାତ ପାଆନ୍ତରେ ନ ଥିଲା

ମନ ଥିଲା ବ୍ୟାକୁଳିତ

ଅପେକ୍ଷାରେ ସବୁ ବିତିଥିଲା ଦିନ

ହୃଦେ ଉତ୍କଣ୍ଠା ସହିତ

ଲେଖି ଜଣାଇବା ଅହେତୁକ ଡର

ଅବା ଅହଙ୍କାର ବଳେ

ବିରକ୍ତି ଭାବନା ହୁଏ ଉପଗତ

ଯଦି ଉତ୍ତର ନ ମିଳେ

ଯୋଗାଯୋଗ ଉପକରଣ ହାତରେ

ବାର୍ତ୍ତାଳାପ ଭାବ ଲୋପ

ଅନ୍ୟର ସମସ୍ୟା ପ୍ରତି ଉଦାସୀନ

ନିଜେ ନିଜ ପାଇଁ ଭ୍ରମ

ହାତ ମୁଠାରେ ସୋସିଆଲ ମିଡ଼ିଆ

ହ୍ୱାଟସ୍ ଆପ୍ ,ଫେସ୍ ବୁକ୍

ବାର୍ତ୍ତାଳାପ ଭାବ ଦିଆନିଆ ସୁତ୍ର

କିମ୍ପା ମଣିଷ ନିର୍ବାକ?

ନିଜ ପସନ୍ଦର ଧାରା ନିଜ ପାଇଁ

ସମ୍ପର୍କ ଭାବ ଅଭାବ

କିଛି କହିବା ଲେଖି ଜଣାଇବା

ହୃଦେ କୁଣ୍ଠାବୋଧ ଭାବ

ମହାମାରୀ ସମ ବ୍ୟାପିଛି ସର୍ବତ୍ର

ହୃଦ,ଚିନ୍ତା ଚେତନାରେ

ମନରେ ଉତ୍କଣ୍ଠା ଭାବ ନାହିଁ ଆଦୌ

ସର୍ବଦା ନିଜ ସ୍ୱାର୍ଥରେ

ନିମନ୍ତ୍ରଣ ପତ୍ର ହେଉଛି ପ୍ରେରଣ

ହ୍ୱାଟସ୍ ଆପ୍ ମାଧ୍ୟମେ

ନିବିଡ଼ତା ଓ ଆତ୍ମୀୟତାର ଭାବ

ହଜି ଅଛି କ୍ରମେ କ୍ରମେ

ଅପହୃତ ଭଲ ପାଇବାର ଭାବ

ଲୋପ ଚିନ୍ତା ଚେତନାରେ

ନିବିଡ଼ତା-ଫୁଲ ଫୁଟିବ କିପରି

ନିଛାଟିଆ ଉଦ୍ୟାନରେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract