Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ମୁହୂର୍ତ୍ତ

ମୁହୂର୍ତ୍ତ

1 min
169



କାହାଣୀ ଯଦିଓ ବିନା ଚରିତ୍ରରେ

ଅଲୋଡ଼ା ନୁହଁଇ ପୃଷ୍ଠା

ପୁଣି ନୂଆ ରୂପ ଦେଇ ଗଢି ହେବ

ସ୍ଵାଦ ହେବ ମିଠା ମିଠା ।


କେଉଁଠି ଝୁଲୁଛି ଆଖି ସାମନାରେ 

ତାରିଖ ତିଥି ଓ ଦିନ

ଗରିବ ଘର କ୍ୟାଲେଣ୍ଡର ପୃଷ୍ଠାରେ

ପ୍ରାୟ ପର୍ବ ଘର ଶୁନ ‌।


ପ୍ରତିଦିନ ନୂତନ ନିର୍ମାଣ କାର୍ଯ୍ୟ

ହେଉଛି ପରିଲକ୍ଷିତ

ଶ୍ରମିକର ଦିନଚର୍ଯ୍ୟା ରେ ବିଶ୍ରାମ

ଦେଖାଯାଏନି ପ୍ରାୟତଃ ।


ଆଖିରେ ତଳକୁ ଦେଖିବା ବ୍ୟକ୍ତିର 

ଅକାଳେ ଯାଏ ଜୀବନ

ହତ୍ୟା ପାଇଁ ଆବଶ୍ୟକ ମାରଣାସ୍ତ୍ର

ହୁଏନାହିଁ ପ୍ରୟୋଜନ।


ହୃଦୟରେ ଲୁଚି ଥିବା ସୁପ୍ତ ଭାବ

ଜିହ୍ୱା ଅଗ୍ରରେ ଜାଗ୍ରତ

ଗୁରୁଜନଙ୍କର ବିଚାର ସହିତ

ନୂଆ ପିଢ଼ି ବ୍ୟତିବ୍ୟସ୍ତ ।


ଅପରାଧ ଗୁପ୍ତ ରଖିବା ମଣିଷ

ଆନନ୍ଦେ ବୁଲେ ସର୍ବତ୍ର

କାହିଁକି ଦର୍ପଣ ଭିତରେ ହେଉନି

ହଟାତ୍ ପ୍ରତିବିମ୍ବିତ ।


ଆଖିରେ ଆଖି ମିଶେଇ କୁହା କଥା 

ବିଶ୍ୱାସ ଯୋଗ୍ୟ ପ୍ରାୟତଃ

ପ୍ରେମ ପୂର୍ଣ୍ଣ ଓଠର ମହୁଲି କଥା       

 ଅସ୍ବୀକାର ଅନୁଚିତ ।


କାର୍ଯ୍ୟାଳୟ,ଚିକିତ୍ସାଳୟ ଓ ରାସ୍ତା  

      ରାଜନୀତି ବି ଅସ୍ଥିର

ବିବେକ ପାଇଁ ହିଁ ଆଦୌ ମିଳୁନାହିଁ   

        କେଉଁଠି ସ୍ଥିର ବଜାର ।


ଚକୋଲେଟ୍ ପାଉଡର ତେଲ ସାମ୍ପୁ    

     ସାବୁନ୍ ବି ଦରକାରୀ

ଖବର କାଗଜ ଆଉ ସାମ୍ବାଦିକ       

     କାହା ପାଇଁ ଦରକାରୀ ?


ପ୍ରତି ମୁହୂର୍ତ୍ତ ନିହାତି ମୂଲ୍ୟବାନ

ହେଉ ସଦ୍-ଉପଯୋଗ

ବିତି ଯାଇଥିବା ଅମୂଲ୍ୟ ମୁହୂର୍ତ୍ତ 

ସ୍ମୃତି ରୂପରେ ସଜାଗ ।



Rate this content
Log in

Similar oriya poem from Abstract