ମାଟିଦୀପ
ମାଟିଦୀପ
ମାଟିର ଦୀପଟେ କରିଦେ କାଳିଆ
ତୋ ଆଗରେ ଜଳୁଥିବି
ଅମା ଅନ୍ଧକାର ଦୂର କରି ପ୍ରଭୁ
ଦିବ୍ୟ ଆଭା ବାଣ୍ଟୁଥିବି
ତୋ ଆଗରେ ଜଳୁଥିବି ।
ସକାଳ ପୂଜାରେ ସଂଞ୍ଜ ଆଳତୀରେ
ମୁହଁ ତୋର ଦେଖୁଥିବି
ଭକତ ମେଳରେ ଭାବ ଭକତିରେ
ନାମ ତୋର ଗାଉଥିବି
ତୋ ଆଗରେ ଜଳୁଥିବି ।
ମାଟି ଦେହ ସିନା ମାଟିରେ ମିଶିବ
ମୁଁ କିଆଁ ଅଧିର ହେବି
ଗଲା ବେଳେ ଯଦି ତୋପାଖରେ ଥିବି
ଏ ଭବରୁ ତରିଯିବି
ତୋ ଆଗରେ ଜଳୁଥିବି ।
,