Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Classics

3  

Jagannath Das

Classics

ବଳ

ବଳ

1 min
122



ଭକତ ଙ୍କ ବଳ ନିଜେ ଭଗବାନ

ବିଜେ ଶିରି କ୍ଷେତ୍ରେ ସାଇଁ

ଭକତି ର ବଳ ଶ୍ରଦ୍ଧା ଆଉ ଜ୍ଞାନ

ଭାବ ଲଗାଇଲେ ପାଇ ।


ପ୍ରଜାଙ୍କର ବଳ ଶାସନ କର୍ତ୍ତା

ଯେ କ୍ଷତ୍ରିୟ ଙ୍କ ବଳ ସାହସ

ପଣ୍ଡିତ ମାନ ଙ୍କ ଜ୍ଞାନ ଅଟେ ବଳ

ଛାତ୍ର ଙ୍କର ବିଦ୍ୟାଅଭ୍ୟାସ ।


କର୍ମୀ ମାନଙ୍କର ବଳ ଅଟେ ଧୈର୍ଯ୍ୟ, ଧନୀମାନଙ୍କର ଧନ

ଭୃତ୍ୟ ମାନଙ୍କର ସେବା ଅଟେ ବଳ,

ଧାର୍ମିକ ର ବଳ ଦମନ ।


ମହତ ଲୋକ ର ବଳ ହିଁ ଚରିତ୍ର

ସତୀର ବଳ ସତୀତ୍ୱ

ଗୃହିଣୀ ର ଅଟେ ପାତିବ୍ରତ ବଳ

ରମଣୀ ର ରୁପ ଅସ୍ଥିତ୍ୱ ।


କନ୍ଦର୍ପ ର ବଳ ନାରୀ ଯେ ଅଟଇ,

ସଧବା ର ସନ୍ମାନ

ବେଶ୍ୟା ମାନଙ୍କର ରୁପ ଅଟେ ବଳ,

ବିଟ ପୁରୁଷ ରେ ମନ ।


ଖଳ ର ବଳ ହିଂସା ଖଚ ମିଛ

କ୍ରୋଧୀ ର କଠୋର ବଚନ


ସାକ୍ଷୀ ଙ୍କର ବଳ ପୁରାମିଛ କଥା

କୋର୍ଟ ବଳ ଅନ୍ଧ ନୟନ 

କାହାର ବଳ କିଏ, ଏହିଥିରୁ ଜାଣ,

ପଦ୍ୟେ ହୋଇଛି ବଖାନ ।


ସବୁଯାଣି ଶୁଣି ସତର୍କ ରେ ଚାଲ

ଏ ସୃଷ୍ଟି ତାଙ୍କର ମହାନ

ସବୁ ବଳ ଙ୍କ ର ବଳ- ନିଜେ ହରି,

ଅନନ୍ତ ନିଦ୍ରା ରେ ଶୟନ ।


ବଳିୟାର ଭୁଜ ମର୍ତ୍ୟରେବିସ୍ତାରି

ସଂସାର କରନ୍ତି ରକ୍ଷଣ ।



Rate this content
Log in

Similar oriya poem from Classics