Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Keshab Sahoo

Classics Others

3  

Keshab Sahoo

Classics Others

ଅତୀତ ଆଉ ଶୀତ

ଅତୀତ ଆଉ ଶୀତ

1 min
173


ଶୀତ ଜଡାଇ ଧରୁଥିଲା ମୋତେ

ଅତୀତ ସବୁ ପଛରୁ ଓଟାରି ଧରୁଥିଲେ

ଅକ୍ଟୋପସ ପରି

ବର୍ତ୍ତମାନକୁ ପିଠି କରି

ମୁଁ ଲେଉଟାଣି ପାଦରେ ଫେରୁଥିଲି 

ପଛକୁ.. ପଛକୁ ।


ସ୍ବପ୍ନ ପରି ଦିଶି ଯାଉଥିଲା ମୋ ଗାଆଁ

ବାପାଙ୍କ ଝାଳୁଆ ମୁହଁ

ବୋଉର ସାତ ସିଆଁ ପଣତ

ଭିତର ମିଠା ମହକସୁନାଖିଲ,

ବାସମତୀରେ ଝଲସୁ ଥିବା ଆମ ଧାନ କ୍ଷେତ

ଚାରୁ ଅପାର ଚେନାଏ ହସ ।


ରୂପା ନୂଆବୋଉର ଲାଜ ମିଶା ଚିଠି

" ମଗୁଶିର ଗଲା ଗୋ, ତମବିନା ମନ ଜମା ଲାଗୁ ନାହିଁ ଏଠି "


ପ୍ରିୟତମା ସୀତାରାଣୀ ବଖାଣୁ ଥିଲା ଦୁଃଖ - ଘରେ ବାହା କରିଦେବେ କହିଲେଣି, ତମ ଘରେ ଥରେ ଆମ କଥା କହି ଦେଖ ।


ଶୀତ ଟାଣୁଥିଲା ଆହୁରି ପଛକୁ

ମୁଁ ଅଣନିଃଶ୍ୱାସି ହେଇ ଯାଉଥିଲି ଆହୁରି

ପତ୍ନୀ ଡ଼ାକୁଥିଲେ - ଜଲଦି ଉଠ, ଅଫିସ୍ ବେଳ ହେଲାଣି

ଅତୀତ ଭିତରୁ ମୁଁ ଧଡ୍ କରି ଫେରୁଥିଲି ବର୍ତ୍ତମାନ ଆଡ଼କୁ ।


Rate this content
Log in

Similar oriya poem from Classics