ଅତୁଟ ଭରଷା
ଅତୁଟ ଭରଷା
1 min
8
ଭରସାର ଶେଷ ନିରାଶା ଯଦି
ଭରସା କରିବି କାହିଁ
ତଥାପି କାହିଁକି ତୁମେ ଅଛ ବୋଲି
ଭରସା ମୋ ତୁଟୁ ନାହିଁ ।।
ଦିବାନିଶି ତୁମ ଚରଣ କମଳେ
ଭକ୍ତି ଅର୍ଘ୍ୟ ଦିଏ ଢାଳି
ଭରସା ତୁଟିବା ଆଗରୁ ଗୋସାଇଁ
ଶୁଣ ଟିକେ ମୋର ଅଳି ।।
ମାୟାଧର ମାୟା ଲଗାଇଛ କିବା
ମାୟାରେ ଛନ୍ଦି ରଖିଛ
ଯେତେ ଭାବେ ମୁହିଁ ଆଉ ନଜପିବି
ସେତେ ଲାଗେ ସବୁ ମିଛ ।।
ନଶୁଣ ମୋ ଡାକ ହେଲ କି ବଧିର
କି ପାପ କରିଛି ମୁଁ ଯେ
ନିରାଶା ଅନ୍ଧାରେ ଆଶାର ଆଲୋକ
ନୟନ ମୋ ଅଶ୍ରୁ ଭିଜେ ।।