STORYMIRROR

Padmalaya Mishra

Abstract Classics Others

3  

Padmalaya Mishra

Abstract Classics Others

ଶୁଭ ବିଦାୟ

ଶୁଭ ବିଦାୟ

1 min
161


ସମ୍ଭାବନା ନେଇ ଅନେକ

ତୁମେ ଆସିଥିଲ

ହସି ହସାଇ କାନ୍ଦି କନ୍ଦାଇ

ତୁମ ବାଟେ ଚାଲିଲ

ନେଇଗଲ କେତେ ଆତ୍ମୀୟଙ୍କୁ

ଦେଇ ଆଖିରେ ଲୁହ

ଦୁଃଖ ଦରିଆରେ ଭସାଇ

ଭରିଲ ଅନ୍ତରେ କୋହ 

କହୁନାହିଁ ମୁଁ ଦେଇନ ବୋଲି କିଛି

ପାଇଛି ବି ଅନେକ

ଆସିଲେ ଜୀବନେ କେତେ

ଭରି ହୃଦୟେ ମହକ

ଅଶ୍ରୁଳ ନୟନ ଆଜି

କାଲି ତୁମେ ନଥିବ 

ଚାଲି ଯାଇଥିବ ଧରାରୁ

ହେଲେ ସ୍ମୃତିରେ ରହିବ

ଆସିବା ଯିବା ତ

ଦୁନିଆର ନିୟମ

ସେଇ ନିୟମରେ ବନ୍ଧା

ସମୟର କ୍ରମ

ହଜିବ ବର୍ତ୍ତମାନରୁ

ଇତିହାସ ପ୍ରାୟ

ଶେଷ ସଲାମ ଘେନି

ନିଅ ଶୁଭ ବିଦାୟ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract