ଶୁଭ ବିଦାୟ
ଶୁଭ ବିଦାୟ
ସମ୍ଭାବନା ନେଇ ଅନେକ
ତୁମେ ଆସିଥିଲ
ହସି ହସାଇ କାନ୍ଦି କନ୍ଦାଇ
ତୁମ ବାଟେ ଚାଲିଲ
ନେଇଗଲ କେତେ ଆତ୍ମୀୟଙ୍କୁ
ଦେଇ ଆଖିରେ ଲୁହ
ଦୁଃଖ ଦରିଆରେ ଭସାଇ
ଭରିଲ ଅନ୍ତରେ କୋହ
କହୁନାହିଁ ମୁଁ ଦେଇନ ବୋଲି କିଛି
ପାଇଛି ବି ଅନେକ
ଆସିଲେ ଜୀବନେ କେତେ
ଭରି ହୃଦୟେ ମହକ
ଅଶ୍ରୁଳ ନୟନ ଆଜି
କାଲି ତୁମେ ନଥିବ
ଚାଲି ଯାଇଥିବ ଧରାରୁ
ହେଲେ ସ୍ମୃତିରେ ରହିବ
ଆସିବା ଯିବା ତ
ଦୁନିଆର ନିୟମ
ସେଇ ନିୟମରେ ବନ୍ଧା
ସମୟର କ୍ରମ
ହଜିବ ବର୍ତ୍ତମାନରୁ
ଇତିହାସ ପ୍ରାୟ
ଶେଷ ସଲାମ ଘେନି
ନିଅ ଶୁଭ ବିଦାୟ ।।
