ଦୟାକର ଦୀନବନ୍ଧୁ
ଦୟାକର ଦୀନବନ୍ଧୁ
ଦୟାକର ଦୀନବନ୍ଧୁ ଏ ଅଧମ ଦୁଃଖ ଯାଉ
ତୁମରି ପଦ୍ମ ପାଦରେ ଦିବା ନିଶି ଚିତ୍ତ ରହୁ
ଦୟାକର ଦୀନବନ୍ଧୁ.........
ତୁମେ ଅନନ୍ତ ଅରୂପ ନିରାକାର ବିଶ୍ୱ ରୂପ
ଧର୍ମର ପ୍ରତିଷ୍ଠା ପାଇଁ ତୁମର ଦିବ୍ୟ ସ୍ୱରୂପ
ଅନାଦି ପରମ ବ୍ରହ୍ମ ରକ୍ଷା କର ମହା ବାହୁ
ଦୟାକର ଦୀନବନ୍ଧୁ --
ତୁମେ ସୃଷ୍ଟି ତୁମେ ସ୍ରଷ୍ଟା ଅନନ୍ତ ତୁମ ମହିମା
ଲୀଳା ମୟଙ୍କର ଲୀଳା ବୁଝି ନ ପାରନ୍ତି ବ୍ରହ୍ମା
ଛାର ମଣିଷ ମାତର ତୋ ଲୀଳା ବୁଝିବି କାହୁଁ
ଦୟାକର ଦୀନବନ୍ଧୁ........
ତ୍ରେତିଶ କୋଟି ଦେବତା ଖଟନ୍ତି ପାଦରେ ଯାର
ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭଇ ଯାହାଙ୍କ କର
ତାଙ୍କ ମହିମା ବର୍ଣ୍ଣନା କରିବାକୁ ଶକ୍ତି ନାହିଁ
ଦୟାକର ଦୀନବନ୍ଧୁ.........
ଗତି ମୁକ୍ତି ସିଦ୍ଧି ଦାତା ପ୍ରଭୂ ବୈକୁଣ୍ଠ ବିହାରୀ
ସକଳ ଜୀବ ଶରୀରେ ଆତ୍ମା ରୂପେ ଅଛ ପୁରି
ତୁମରି ଭକ୍ତ ଜନରେ ସୁଖ ଶାନ୍ତି ଅଛ ଦେଇ
ଦୟାକର ଦୀନବନ୍ଧୁ.......
ନୀଳ କନ୍ଦର ନିବାସୀ ହେ ପ୍ରଭୂ ଜଗତ ନାଥ
ଶରଣ ରକ୍ଷଣ ହରି ଦୀନ ଦରିଦ୍ର ଙ୍କ ନାଥ
ଶରଣାଗତ ଜନରେ କରୁଣା ଉଣା କିମ୍ପାଇ
ଦୟାକର ଦୀନବନ୍ଧୁ.......
ବିଶ୍ୱ ବ୍ରହ୍ମାଣ୍ଡ ଈଶ୍ୱର ଶ୍ରୀକ୍ଷେତ୍ରରେ ଅଛ ବସି
ତୁମରି କଳା ବଦନ ଦେଖିବାକୁ ବିଶ୍ୱବାସୀ
ଛୁଟି ଆସନ୍ତି ସରାଗେ ତୁମ୍ଭ ଦରଶନ ପାଇଁ
ଦୟା କର ଦୀନବନ୍ଧୁ........
