Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Classics

3  

Kartik chandra panda

Classics

ମରତ ପୁରୀରେ ବିଜେ ଶୀତ ରାଣୀ

ମରତ ପୁରୀରେ ବିଜେ ଶୀତ ରାଣୀ

1 min
174



ମରତ ପୁରୀରେ ବିଜେ ଶୀତ ରାଣୀ

ଧବଳ ଓଢଣୀ ମଥାରେ ତା ଟାଣି

ଧୂବ ଘାସ ପରେ ପଡ଼ଇ ଶିଶିର

ହୀରକ ପରାୟେ ଦିଶଇ ସୁନ୍ଦର

ପାଦପ ପତରେ ଜଳ ବୁନ୍ଦା ମାନ

ଟୋପା ଟୋପା ପଡେ ବର୍ଷାର ସମାନ

ନାନା ଜାତି ଗେଣ୍ଡୁ, ଜିନିଆ, ଡାଲ୍ଲୀଆ

ଉଦ୍ୟାନ ରେ ଫୁଟି ଝଲସେ ବଢିଆ

ଧୁସର ବର୍ଣ୍ଣରେ ଆଚ୍ଛାଦିତ ମହୀ

ଦିବସ ରଜନୀ ପ୍ରାୟ ପ୍ରତେ ହୋଇ

ଦିନ ସାରା ଶୀତ ରାଜତ୍ୱ କରଇ

ପ୍ରବଳ ଶୀତରେ ଦେହ ଥରୁ ଥାଇ

ସକାଳୁ ଉଠିବା ଲାଗେ ଭାରି କଷ୍ଟ

ମନେ ମନେ ଭାବେ ଶୀତ ଭାରି ଦୁଃଷ୍ଟ

ରେଜେଇ କମ୍ବଳ ଭିତରେ ଦେହକୁ

ଘୋଡାଇ ରଖିବୁ ନଯିବୁ ପଦାକୁ

ସୂର୍ଯ୍ୟଙ୍କ ତାପ ଲାଗଇ ଆରାମ

ଖରାରେ ବସିବା ଦେହକୁ ଉଷୁମ

ସକାଳୁ ସକାଳୁ ନିଆଁ ଜାଳି ପୋଇଁ

ଶୀତର ଦାଉରୁ ଟିକେ ରକ୍ଷା ପାଇଁ

ଅତି ଛୋଟ ଦିନ ରାତି ବଡ଼ ହୁଏ

ଶୋଇବାରେ ମଜା ସେଥିପାଇଁ ହୁଏ

କମ୍ବଳ ଭିତରେ ଦେହକୁ ଘୋଡାଇ 

ଭାରି ଶାନ୍ତି ଲାଗେ ବିଛଣା ରେ ଥାଇ

ଜ୍ୟାକେଟ,ଚାଦର ହୋଇଥାଏ ଲୋଡ଼ା

ତଳ ଠାରୁ ତାଳୁ ଯାଏ ହୋଇ ଘୋଡା

ଥଣ୍ଡାପାଇଁ ଜଳ ବରଫ ହୁଅଇ 

ପକ୍କାଘର ତଳ ହେମାଳ ଲାଗଇ

ବୋହି ଆଣେ ଚାଷୀ ଧାନ କୁ ଖଳାକୁ

ବରଷ ଯାକର ଖାଦ୍ୟ ପାଇବାକୁ

କୃଷକ ର ମନ ଅତ୍ୟନ୍ତ ପ୍ରଫୁଲ୍ଲ

କ୍ଷେତରେ ଫସଲ ତା ଅମୁଲ ମୁଲ

ବାଡ଼ି ବଗିଚାରେ ପରିବା ଲଗାଏ 

କୋବି, ମୂଳା, ଶାଗ ଆଦି କେତେ ଥାଏ

ସୁଲଭ ହୁଅଇ ପରିବା ର ଦର

ଖାଉଟି ମନରେ ଆନନ୍ଦ ଅପାର

ନାନା ଜାତି ଫୁଲେ ଉପବନ ଶୋହେ

ଦେଖିଲା ଲୋକର ପରାଣ କୁ ମୋହେ

ଗେଣ୍ଡୁ, କରବୀର,କାମିନୀ,ଡାଲ୍ଲୀଆ

ମାଳତୀ, ଟଗର, ମନ୍ଦାର, ଜିନିଆ

ପ୍ରକୃତି ରଖିଛି ତାହାକୁ ସଜାଇ

ମଧୁ ମକ୍ଷିକାର ଗୁଞ୍ଜନ ଶୁଭଇ

ଶୀତ ରାଣୀ ଆସି ସଜେଇ ହେଲାଣି

ସମସ୍ତଙ୍କ ମନ ହରଣ କଲାଣି ।



Rate this content
Log in

Similar oriya poem from Classics