STORYMIRROR

paramananda tripathy

Classics

3  

paramananda tripathy

Classics

ବଡ ଘର ବଡ ଗୁମର କଥା

ବଡ ଘର ବଡ ଗୁମର କଥା

1 min
174


କିଏ କହିବ ଲୋ,କିଏ କହିବ ଲୋ

ବଡ ଘର ବଡ ଗୁମର କଥା

ବଡ ବୋଲି ସବୁ ଲୁଚୁଛି କଥା

କିଏ କହିବ ଲୋ, କିଏ କହିବ ଲୋ

ବଡ ଘର ବଡ ଗୁମର କଥା  

ଜାତି ପତି ମାନ ମହତ ନାହିଁ

ଜଗତରେ ବଡ ବଡ ଗୋସାଇଁ

ବାପ ଦ୍ବି' ଟାକୁ ମାଆ ଦ୍ବି' ଟା

ଜାତି ଦ୍ବି' ଟାକୁ ବୃତ୍ତି ଦ୍ବି' ଟା

କୁଳ ବଂଶ ଗୋତ୍ର ଦ୍ବି' ଟା ତା'ର

କିଏ କହିବ ଲୋ ।

ଜନମରୁ ବାପ କରିଲା ଚୋରୀ

ବାପ କଳା ନେଇ ବଂଇଁଶୀଧାରୀ

ଗୋପେ ଗୋପୀଘରୁ କଲାଲ ଚୋରୀ

କ୍ଷୀର,ଦହି, ଛେନା, ଲବଣୀ ସର

କିଏ କହିବ ଲୋ ।

ବକଟେ ହୋଇ ସେ କଳା କହ୍ନାଇ

ଗୋପୀ ଗୋପାଳୁଣୀ ମହତ ନେଇ

ଗୋପାଙ୍ଗନା ବସ୍ତ୍ର ଚୋରୀ କରିଲା

ନୀପ ଡାଳେ ପିକ ପରି ରାଇଲା

ରସ ରାସ ରଙ୍ଗେ ପ୍ରୀତି ପ୍ରେମ ଭଙ୍ଗେ

ସେତ ରାଧା ମାଇଁ ହୃଦୟ ଚୋର

ମୋହନ ମୂରଲୀ ନଟ ନାଗର

କିଏ କହିବ ଲୋ, କିଏ କହିବ ଲୋ

ବଡ ଘର ବଡ ଗୁମର କଥା

 ବଡ ବୋଲି ସବୁ ଲୁଚୁଛି କଥା

କିଏ କହିବ ଲୋ, କିଏ କହିବ ଲୋ

ବଡ ଘର ବଡ ଗୁମର କଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics