Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଅଭାବ କ୍ରମଶଃ

ଅଭାବ କ୍ରମଶଃ

1 min
118



ଅଭାବ ଅନାଟନ ର ସଂଜ୍ଞା

କ୍ରମେ ବୁଝି ହେଲା, ଜ୍ଞାନ ବିକଶିତ ପରେ

ମନରେ ଅସମାହିତ ପ୍ରଶ୍ନ 

ଅନ୍ତରରେ ଅହରହ କୋହ

କେତେ ଦିନ ସହିବାକୁ ହେବ ଅଭାବ କଷଣ

ହୃଦୟକୁ କଷ୍ଟ ହେଉଥିଲା ସେହି ଜୀବନ ଧାରଣ


ଦାନା କନାର ଅଭାବ ସତ୍ତ୍ଵେ

ଖୁସିର ମାହୋଲ, ଆତ୍ମୀୟତା ଭାବ

ଘରେ ଓ ବାହାରେ ସମ୍ପର୍କର ସେତୁ

ଖାଲି ଦୃଢ଼ ନୁହେଁ,ସ୍ଥାୟୀ ବି ଥିଲା

ଦୁଃଖରେ ସୁଖରେ ସହଭାଗୀ ଥିଲା

ହୃଦୟକୁ ବାନ୍ଧି ରଖିଥିଲା ସମ୍ପର୍କର ଭାବ


ପିଲାଦିନ ସାଙ୍ଗ ସାଥୀ ,ସ୍କୁଲ୍ ସହପାଠୀ

ହେଉ ଖେଳ କୁଦ ଅବା ଯାତ୍ରା ସମାରୋହ

ବନ୍ଧୁତ୍ୱ ଭାବରେ ନିବିଡ଼ ସମ୍ପର୍କ

ଭାବ ଦିଆନିଆ ପୁଣି ମନ ଖୋଲା କଥା

ହୃଦୟ ବି ଜାଣି ଥିଲା ବନ୍ଧୁତ୍ୱ ଭାବନା 


ଯୁବା ବୟସର ମତୁଆଲା ମନ

କୁଆଁରୀ କନିଆ ର ଲାଜୁଆ ହସରେ

ପ୍ରଜାପତି ନ ହେଲେ ବି କଳା ଭଅଁର ରୂପରେ

ଗୁଣୁ ଗୁଣୁ ତଥା ବେସୁରା ଗୀତରେ

ପ୍ରଥମ ପ୍ରେମ ଇଂଗିତ ବାଙ୍କ ଚାହାଣି ମୁଦ୍ରାରେ

ମତୁଆଲା ହୋଇଥିଲା ହୃଦୟ ର ଗତି ଓ ମତି 


ଭାବୁକ ହୃଦୟର ଭାବ, ଅକ୍ଷୁର୍ଣ୍ଣ ରହିଛି        

ଏବେ,ପରିବାର ବନ୍ଧନରେ ହୃଦୟ ନିହିତ

 ସୁପ୍ତ ଅବସ୍ଥାରେ ଅଛି ଅତୀତ ର ଭାବ

ପରିବାର ଡୋରି ସହ ହୃଦୟ ଜଡ଼ିତ

ସ୍ନେହ ପ୍ରେମର ସ୍ରୋତରେ ହୃଦୟ ପ୍ଲାବିତ

ହୃଦୟକୁ ଛୁଇଁ ଅଛି ସ୍ନେହ ପ୍ରେମ ଭାବ


ଏବେ ଭାବର ଅଭାବ

ସମ୍ପର୍କ ର ଧାରା ଅବ୍ୟାହତ ସତ,

କିନ୍ତୁ ଭାବରେ ଆନ୍ତରିକତା ର ଅଭାବ

ଦେଖି ନ ଦେଖିବାର ଅଭିନୟ

ଜାଣି ନ ଜାଣିବାପରି ବାହାନା

ଆଉ ହୃଦୟ କୁ ଭାବ ସ୍ପର୍ଶ କରୁ ନାହିଁ

ବରଂ ହୃଦୟରେ ଆଘାତ,ମୃତ୍ୟୁ ସମ


ହୃଦୟକୁ ଚିହ୍ନିଲେ ଭାବର ପରିପ୍ରକାଶ

ପରେ ପରେ ନିବିଡ ସମ୍ପର୍କ

ହେଲେ,ହୃଦୟକୁ ଚିହ୍ନିବା ପାଇଁ ସମୟ ନାହିଁ

ନିଜକୁ ନିଜେ ବ୍ୟସ୍ତ

ପାଖରେ ଥାଇ ବି ଭାବ ବିନିମୟ ନାହିଁ

ସବୁ ଭାବ ଏବେ ସ୍ମାର୍ଟ୍ ଫୋନ୍ ସହିତ

ଘଣ୍ଟା ଘଣ୍ଟା ଧରି କଥା ହେଉଥିବା ଭାବ ଆଉ ନାହିଁ

ହୃଦୟ ର ଶୂନ୍ୟତା , ଭାବର ବିହୁନେ ।



Rate this content
Log in

Similar oriya poem from Abstract