ରାଧା
ରାଧା
ତୁମ ନାମରେ କଦମ୍ବ ଫୁଲ
ତୁମ ଗଭାରେ ତମାଳ ମାଳ
ତୁମେ ଶ୍ରେଷ୍ଠ ପ୍ରେମିକା ଶ୍ରେଷ୍ଠ ନାୟିକା
କୃଷ୍ଣଙ୍କର ହରିବୋଲ ହରିବୋଲ
ତୁମେ ନିଜେ ତୁମ ମୂଲ୍ୟ
ତୁମେ ଅର୍ଦ୍ଧ ନାରୀ କୃଷ୍ଣଙ୍କ ଭିତରେ
ଥିଲ ଅଛ ଥିବ କାଳ କାଳ
ତୁମ ପାଦ ଦର୍ଶନ ବିହୁନେ
ଫୁଟୁନି ତମାଳ ବକୁଳ ଆକୁଳ ମନଫୁଲ
ଜୟ ଶ୍ରୀରାଧା ଡାକିଦିଏ ଭକ୍ତ
ଭବ ସାଗରରେ ତୁମ ଅସ୍ମିତାର ମୂଲଚାଲ
ଆସ ଆସ ମାଆ ମନ ବୃନ୍ଦାବନେ
କରିଦିଅ ଟିକେ ଗେଲ
ତୁମରି କୋଳରେ ସପନ ଭିତରେ
ତୋଳିବାକୁ ମୁକ୍ତିଫୁଲ ଲାଗିବ ଆଶ୍ୱସ୍ତ ଭଲ
ତୁମ ନୟନର କଜ୍ଜ୍ୱଳ ରେଖାରେ ଘନ ନୀଳ
ତୁମ ମଥାର ଟିକିଲି ରଙ୍ଗ ସବୁଜ ପତର ନୀଳ
ତୁମ ସୁନା ପଞ୍ଜୁରୀର ଶାରୀ ଓ ଶୁଆ
କୃଷ୍ଣ କୃଷ୍ଣ ଡାକି ତରିବାକୁ ଭବ ସାଗର
ଶିଖାନ୍ତି କୃଷ୍ଣ ଭଜି ହେବା ସମତୁଲ
ଏ ଭବ ସାଗରେ ନୀଳ ଦରିଆରେ
ଦିଶେ ରାଧା ପାଦ ପାଉଁଜି ସବୁଜ ନୀଳ
ସବୁ ନୀଳ ମାଖି ନୀଳ ଦରିଆରେ
ନୀଳମଣି ଆଜି ନୀଳ ସାଥିରେ ହୁଅନ୍ତି ଗେଲ ।