Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ସକରାତ୍ମକ ଚିନ୍ତାଧାରା

ସକରାତ୍ମକ ଚିନ୍ତାଧାରା

1 min
168



ଲେଖିଥିଲେ ଯାହା ଦିନେ ବ୍ୟାସକବି

ଫକିର ମୋହନ,

ମନେ ପକାଇବା ଆମେ ଓଡିଆ ଭଉଣୀ 

ଭାଇ ଜାଣ |୧|


"ନାନା ବ୍ୟଞନ କରି ପାକ, ତା ରସ ନଜାଣେ ପାଚକ|

ବିବିଧ ଶାସ୍ତ୍ର ସେ ପ୍ରକାର, ପଞିବ ପଛେ ବାରମ୍ବାର |

ନ ଲଭ ଯେବେ ବ୍ରହ୍ମ ଞାନ, ସେ ଶାସ୍ତ୍ର ପାଠ ବୃଥା ଜାଣ |"


ଏଠାରେ ଏକ ସଂସ୍କୃତର ଶ୍ଲୋକକୁ ମନେ 

ପକାଇ ପାରେ,

ସମସ୍ତଙ୍କର ଇଛା ଓ ଭାବନା ସ୍ୱୀକୃତି ଓ 

ଆନନ୍ଦ ପାଇଁରେ |୨|


"ସର୍ବେଷାଂ ଚ ସୁହୃନ୍ନିତ୍ୟଂ ସର୍ବେଷାଂ ଚ ହିତେ ରତଃ |

କର୍ମଣା ମନସା ବାଚା ସ ଧର୍ମବେଦଞଃ ଜନଃ || "


କାର୍ଯ୍ୟରେ, ମନରେ ଓ କଥାରେ ଯାହାର 

ଥାଏ ନିବେଶ,

ଅନ୍ୟ ମନୁଷ୍ୟର ମଂଗଳ କାମନା କରିଥାଏ 

ଯେଉଁ ମଣିଷ |୩|


ସର୍ବଦା ସମସ୍ତଙ୍କ ପ୍ରତି ମିତ୍ର ଆଚରଣ ଯିଏ 

କରିଣ ଥାଏ,

ସିଏ କେବଳ ଧାର୍ମିକ ବେଦଞ ବ୍ୟକ୍ତି ସମାଜେ 

ବୋଲାଏ |୪|


ଏହିପରି ମନୁଷ୍ୟ ସୃଷ୍ଟି ହୋଇ ପାରିବାର 

ଆବଶ୍ୟକତା,

ସାଧନା, ମନ ଓ ଭିତ୍ତିଭୂମି ଥିବା ପାଠ୍ୟ 

ଖସଡାର ବ୍ୟବସ୍ଥା |୫|


ତେବେ ସିନା ବାହାରିବେ ସଚ୍ଚୋଟ, 

ଶ୍ରେଷ୍ଠତାର ମଣିଷ,

ସକରାତ୍ମକ ଚିନ୍ତାରେ ନରହିବ ସମାଜ

ରେ ତ ଅବିଶ୍ୱାସ |୬|



Rate this content
Log in

Similar oriya poem from Abstract