Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Others

3.8  

Akshayakumar Dash

Action Inspirational Others

ରକ୍ଷା ଧଡି

ରକ୍ଷା ଧଡି

1 min
113



କମଳା,ପିଜୁଳି,ଆମ୍ବ କି କଦଳୀ

ଛୋଟମୋଟ ଘରବାଡ଼ି ,

ଗୋଲାପ ,ଟଗର ,ମଲୀ,କନିର

କାଠଚମ୍ପା,ଧାଡି ଧାଡି ।


ବ୍ରାହ୍ମୀ,ପାନଲତା,ହଳଦୀ,ଭେରସୁଙ୍ଗ

ମଧୁମାଳତୀର ଫୁଲ,

ମହକଛୁଟଇ ଚାନ୍ଦିନୀ ରାତିରେ

ନଦେଇ ପାରେ ତା ମୂଲ ।


ସକାଳ ସୂରୁଜ ଦେଖିକରି ହେଜ

ଫୁଟି ହସୁଛନ୍ତି ରହି,

ଫୁଲ,ଫଳଭରା ପୂଜାର ପସରା

ସମର୍ପି ଦେଉଛି ମହୀ ।


କଳ।ଭଂଅର ଟି ଫୁଲରୁ ଫୁଲକୁ

ଚୁମିଚୁମି ଯାଏ ଛୁଇଁ,

ମନ୍ଦାର ହସଇ ସେଫାଳି ଖସଇ

ଲାଜେ ଝରିପଡେ ଭୂଇଁ ।


ବାର ମାସ ତେର ଫୁଲର ସମ୍ଭାର

ଚିର ବସନ୍ତର କ୍ରୀଡା,

ଟିକି ବଗିଚାଟି ଜାଗୁଅଛି ନିତି

ଥାଉ ମନେ ଯେତେ ପୀଡା ।


ହସିହସାଇବା କଳାକୁଶିଖିବା

ବାଡ଼ିବଗିଚାଟି ଗଢି,

ମନମନ୍ଦିରେ ଶରଧାରେ ବାନ୍ଧେ

ତାଙ୍କହାତେ ରକ୍ଷାଧଡି ।



Rate this content
Log in

Similar oriya poem from Action