STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ବିବାହ

ବିବାହ

1 min
159

କେଡେ ମଧୁମୟ ଅଟଇ ବିବାହ

ଯାହା ପବିତ୍ର ପରବ

ପାଳନ କରନ୍ତି ପଡେ ହାତ ଗଣ୍ଠି

ଦିଆ ଯାଇ ଥାଏ ଶୁଭ ।


ଅନ୍ୟ ଅର୍ଥେ ଯାହା ଯାଇ ଥାଏ କୁହା 

ବର ଓ କନିଆଁଙ୍କର

ଶୁଭ ପରିଣୟ ଓ ଶୁଭ ବିବାହ

ଏକ ସାଥେ ଆରେକ ର ।


ପାଣି ଗ୍ରହଣ ବା ବିବାହ କରିବା ,

ଧରିବା କୁ ଦୁହେଁ କର

ଆଜୀବନ ସାଥୀ ହୋଇ ସେ ଯାପାନ୍ତି

ପତି ପତ୍ନୀ ଚିର କାଳ ।


ବେଦୀ ର ଉପରେ ହସ୍ତ ଗଣ୍ଠି ପଡେ

ଅଗ୍ନିଙ୍କର ସମ୍ମୁଖରେ

କେତେ ଆଶା , ଖୁସି, ସଭିଏଁ ଭରସି

ଥାନ୍ତି ବର କନ୍ୟା ପରେ ।


ଶୁଭ ମାଙ୍ଗଳିକ କାର୍ଯ୍ୟରେ ପ୍ରତ୍ୟେକ

ଉଲ୍ଲାସ ଶାରଧା ବୋହି

ରତ ରହି ଥାଉ ବର ପକ୍ଷ ଆଉ

କନ୍ୟା ପକ୍ଷ ବେନି ହୋଇ ।


ହୁଏ ଅନୁଷ୍ଠିତ ବାଦ୍ୟ , ନାଚ, ଗୀତ ,

ସର୍ବେ ଭୋଜି ଭାତ ଖାଇ

ମଉଜ ଭିତରେ ପରମ ତୃପ୍ତିରେ

ପାଳନ କରନ୍ତି ଏହା ।


ଚମତ୍କାର ବେଶ ଭୂଷା , ସଜ , ବାସ

ସଜାନ୍ତି ଗୃହ , ଅଗଣା ।

ହୋଇ ଉଠେ ଚଳ ଚଞ୍ଚଳ ଜୀବନ

ବନ୍ଧୁ , ସଖା, ପରିଜନ

ସହିତ ବହୁତ ଜନଙ୍କ ତହିଁ ତ

ହୋଇ ଥାଏ ଆଗମନ । 


ଶୁଭେଚ୍ଛା ଜ୍ଞାପନ ଆଶୀର୍ବାଦ ଦାନ

କରି ଅଶେଷ କଲ୍ୟାଣ

ବେଦୀ ପରେ ବସି ମଙ୍ଗଳ ମନାସି

କରନ୍ତି ଶେସେ ଗମନ ।


ଆମ ସଂସ୍କୃତି ରେ ବହୁଳ ଭାବରେ

 ଆଦୃତ ଏହି ଉତ୍ସବ

ଅନୁଷ୍ଠିତ ହୁଏ ନାନା ବିଧି ମତେ

କରଇ ସଭିଙ୍କ ଶୁଭ ।



Rate this content
Log in

Similar oriya poem from Romance