ମନେ ପଡ଼େ ଠାଣି ବାଣୀ
ମନେ ପଡ଼େ ଠାଣି ବାଣୀ
ଦେଉଅଛି ପ୍ରୀତି ଉପହାରଟିଏ
କବିତାରେ କବିତାରେ,
ସଜ ଗୋଲାପର ସୁରଭିରେ ଭରା
ଜ୍ୟୋତିରୂପା ଦୁହିତାରେ ।
କର୍ମରେ ନିପୁଣା ଜ୍ଞାନରେ ପ୍ରବୀଣା
ଅଟୁ ଲୋ ଗେହ୍ଲେଇ ରାଣୀ,
କେଡ଼େ କାଇଦାରେ କାର୍ଯ୍ୟ କରୁଥାଉ
ମନେ ପଡ଼େ ଠାଣି ବାଣୀ ।
ହାତରେ ତିଆରି ସୁଆଦ ଦରବ
ଖୁଆଉ ଆଦର କରି,
କେତେ ନୂଆ ଚିଜ ଖୋଜି ଆଣିଦେଉ
ଦେଖି ଖୁସି ଲାଗେ ଭାରି ।
ସଂସ୍କାର ସଂପନ୍ନା, ଆଉ ଦୃଢ଼ମନା
ଅନିନ୍ଦିତା ପରା ତୁହି,
ପ୍ରଭୁ ପଦେ ଅଳି ଚେନାଏ ହସ ତୋ
ଓଠେ ଥାଉ ସଦା ରହି ।
ଶୁଭ ଜନ୍ମଦିନ ଶୁଭେଚ୍ଛା ଜଣାଏ
କୁଶଳରେ ତୁ ଲୋ ଥାଆ,
ସଦଗୁରୁ ଯେତେ ବିପଦେ ଆପଦେ
ହେଉଥା'ନ୍ତୁ ଆପେ ସାହା ।
