ଶୀତ
ଶୀତ
ଶୀତ ରେ ମୁଁ ଗୀତ ଲେଖେ
କାକର ଟୋପା ରେ ।
ଗୀତ ମୋର ମଣି ମୁକ୍ତା
ମନ ସିନ୍ଧୁକ ରେ ।
ସପନ କୁ ସଜାଇ କି
ଲେଖୁଛି କବିତା ।
ପୌଷ ର ଶୀତ ମନେ
ଭରଇ ଉଷ୍ମତା ।
ମନ ମୋର ପକ୍ଷୀରାଜ
ଅଶ୍ବ ଠାରୁ ବେଗ ।
ପକ୍ଷ ତାର ଲାଗିଗଲେ
ମନ ଉଦବେଗ ।
ଶୀତ ର ଶୀତଳ ସ୍ପର୍ଶ
କରେ ବାଟବଣା ।
ଲେଖି ଯାଏ ମନ କଥା
ନିଜ କୁ ଅଜଣା ।
ଦିବା ରାତ୍ରି ନାହିଁ ଭିତି
ସ୍ବପ୍ନ ର କଳ୍ପନା ।
ଲେଖି ଲେଖି ଅବଶ ମୁଁ
ମନ ଆନମନା ।
ତୁଳୀତଳ୍ପ ଶଯ୍ୟା ମତେ
କରଇ ବ୍ଯଥିତ ।
ଲେଖି ଦେଲେ ମନକଥା
ଆତ୍ମା ମୋ ସନ୍ତୁଷ୍ଟ ।
ଶୀତ ବାସ୍ନା ମନେ ତୃଷ୍ଣା
ସ୍ମୃତି ର ଶେଫାଳୀ ।
ପ୍ରଭାତ ର ଆଗମନେ
ତଳେ ପଡେ ଢଳି ।
ଭଗ୍ନ ମନେ ବେସୁରା
ରାଗିଣୀ ହେମାଳ ର ।
ମନ ବନେ ସ୍ମୃତି ତାଜା
କରଇ ଶିଶିର ।
କେବଣ ଦେଶରୁ ଶୀତ
କଲା ଆଗମନ ।
ମନ ତଟିନୀ ର ଜଳ
ପାଷାଣ ଯେସନ ।
ବିଧିର ନିର୍ଦ୍ଦେଶ ସବୁ
ସହ୍ଯ କରି ବାକୁ ।
ଷଡଋତୁ ଆଗମନ
ଧରଣୀ ର ବୁକୁ ।
ଜଣାପଡେ ନାହିଁ ମତେ
ଶୀତ ର ବ୍ଯଥିକା
କବିତା ଲେଖିବି କିସ
ମୁଁ ନୁହେଁ ଲେଖିକା ।
ଅପରାଧ ଥିଲେ ବିଜ୍ଞେ
କ୍ଷମି ଦେବ ଦୋଷ।
ସାହାସ କରିଛି ବସିବାକୁ
ଜ୍ଞାନୀ ଜନ ପାସ ।