STORYMIRROR

Bijoy Jena

Action Inspirational

3  

Bijoy Jena

Action Inspirational

ଅନ୍ତରାଳେ ରହି

ଅନ୍ତରାଳେ ରହି

1 min
154


ଜୀବନର ପ୍ରତିଟି ମୁହୂର୍ତ୍ତ

ଦିନ ହେଉ ଅବା ରାତି

ସୁଖର ବିଭୋରତା କିମ୍ବା

ଦୁଃଖର ଗଭୀରତା

ପ୍ରତି ସ୍ଥଳେ ତୁମ ଅଛ

ସମସ୍ତଙ୍କ ଅନ୍ତରାଳେ।

ଏସବୁ ଅନୁଭୂତିର କଥା

ଅବର୍ଣ୍ଣନୀୟ, କେବଳ ଅନୁଭବୀ ହିଁ

ଏହାର ସତ୍ୟତା ପରଖି ପାରେ

ବିଶ୍ୱାସ କରିବାକୁ ହେବ

ସେହି ବିଶ୍ଵ ବିହାରୀ ଙ୍କ ବିଶ୍ୱରେ

 ତାଙ୍କ ପାଇଁ ବଞ୍ଚିବାକୁ ହେବ।

ତାଙ୍କ ବିନା ଗଛର ପତ୍ର ଟିଏ ବି ହଲେନା

ସମୟ ତ ତାଙ୍କରି ନିର୍ଦ୍ଦେଶନାରେ

ଆଗକୁ ଗଡି ଚାଲେ, ପଛକୁ ଅନାଏ ନାହିଁ।

ବର୍ତ୍ତମାନ ଅତୀତ ଓ ଭବିଷ୍ୟତ

ତ୍ରିକାଳର ଉର୍ଦ୍ଧରେ ଆମ ପ୍ରଭୁ ଶ୍ରୀ ଜଗନ୍ନାଥ।

ଚକା ଆଖି ହାତ ଠାରି ଡାକେ

ତାଙ୍କ ମହାପ୍ରସାଦ ବାସ୍ନାରେ

ମନ ଓ ପ୍ରାଣ ପୁଲକିତ ହୁଏ।

ତାଙ୍କରି ପରଶରେ ଲଂଘୁ

ଦୁର୍ଗମ ଗିରି ଅତିକ୍ରମ କରେ

ଅଭାବୀ ମଣିଷ ଉର୍ଦ୍ଧ୍ବ କୁ ଉଠେ

ଅସମ୍ଭବ ଯେ ସମ୍ଭବ ହୁଏ।

ରେ ବାଇ ମନ, ନିଜକୁ ସମର୍ପି ଦେଇ

ଅସାର ସଂସାର ଜଞ୍ଜାଳ ବନ୍ଧନ

ଅଚିରେ ଲୋପ ପାଇ ଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action