STORYMIRROR

Anjana Naik,Anju..Deogarh

Action Classics Inspirational

3  

Anjana Naik,Anju..Deogarh

Action Classics Inspirational

ମୋ ସାମ୍ରାଜ୍ୟ

ମୋ ସାମ୍ରାଜ୍ୟ

1 min
136

 


ମୋ ସାମ୍ରାଜ୍ୟରେ ରହିବାକୁ ହେଲେ 

ସ୍ନେହର ବଇନା ଦରକାର 

ତା ଭିତରେ ସମସ୍ତେ ସ୍ବାଧୀନ

ଜଣେ ଜଣକ ପାଇଁ ଦାନ ବଦଳରେ 

ସ୍ନେହ ହିଁ ଆଶା କରେ

ଦଣ୍ଡମୁକ୍ତ ଅଞ୍ଚଳରେ 

ସାନ-ବଡ଼ର ଭାବନା

ସ୍ତ୍ରୀ -ପୁରୁଷର ଭାବନା

ଧନୀ-ଗରୀବର ଭେଦଭାବର ଅଭାବ

ହିଁ ଏକତା .......ଗୋଟେ ଗୋଷ୍ଠୀର ।। 


କାହିଁ ସେ ସୌଭାଗ୍ୟ ମୋର 

କାହିଁ ଅବା ଶକ୍ତି 

ସୈନ୍ୟ ସାମନ୍ତ ପଟୁଆରରେ 

ପୁରେ ନାହିଁ ମନର ଆଶା

ସକାଳେ ନୂଆଁ ସପନ ସବୁ ଭାଜି 

ଶୂନ୍ୟରେ ମିଳେଇ ଯାଆନ୍ତି 

ହୁଏ ଯଦି ମୁଁ .....

ସେ ଜନପଦର ସାମ୍ରାଜ୍ଞୀ

ଚାରି ଆଡ଼େ ବୁଲିବେ ପ୍ରହରୀ 

କେବେ ଲୋକଙ୍କ ଗହଳି

ଭାବନାରେ ନିଶ୍ଚିତ ଗଢ଼ିଦେବି 

ଗୋପନରେ କୁହୁଡିରେ ମୋର

ତୋଳି ଦେବି ବାଲିର ସୌଧ 

ପୁଣି ବାଲିର ପ୍ରାଚୀର ।।


ମୋ କାଳିର ଶବ୍ଦ ଆଉ କଲମର ଭାବନା 

ରଚିଯାଆନ୍ତି ଅବାସ୍ତବ ଗଳ୍ପ/କାହାଣୀ

ତା ଭିତରେ ନିହାତି ଆବଶ୍ୟକ ହୁଏ

ଗୋଟେ ରାଜା ଆଉ ଗୋଟେ ରାଣୀ

ଆଉ ସେ ସାମ୍ରାଜ୍ୟର ଲୋକଙ୍କ

ଭିନ୍ନ ଭିନ୍ନ ଚରିତ୍ର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action