STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ବିବାହ

ବିବାହ

1 min
171


ପାରମ୍ପାରିକ ଗଡି ଆସୁଥିବା ପ୍ରଥା

ଦୁଇ କୁଳର ହିତ ସାମ୍ପ୍ରଦାୟିକତା

ବନ୍ଧନ ଦୁଇ ହୃଦୟର ଦୁଇ ପରିବାରର

କୁଳ ବଂଶ ରକ୍ଷା ପାଇଁ ତ୍ୟାଗ ସହୃଦୟତା

ପୁରୁଷ ଓ ନାରୀ ବଂଶ ରକ୍ଷାକରି

ଉତ୍ତର ଦାୟିତ୍ୱ ରକ୍ଷାକର୍ତ୍ତା

ସୁନ୍ଦର ନିୟମ ପ୍ରଣିତା

ଜୀବନ କାଳ ଭିତରେ ବିବାହର ସତ୍ତା

ଅବିସ୍ମରଣୀୟ ହୁଏ ସେଦିନର ଗାଥା

କୁଆଁରୀ ଝିଅ ପୋଛି ତା ଲୁହ ପିନ୍ଧି ସିନ୍ଦୁର

ଦିଶେ ସୁନ୍ଦର ରଖି ପରମ୍ପରା ଆନୁଗତ୍ୟା

ଗଢି ସଂସାର ହୋଇ ପରିପୂରକ ପରସ୍ପର

ନିୟତି ଇଙ୍ଗିତରେ ଚାଲେ ସହି ବାଆ କୁ ବତା

ଦୁହିଁଙ୍କର ନିଃସ୍ଵାର୍ଥପରତା ଓ ସହଭାଗିତା

ଆଗକୁ ବଢେ ନାଆ ନାଉରୀ ନହୁଏ ଆକତାମାକତା

ବିବାହ ଦୁଇ ମନ ହୃଦୟର ସମନ୍ଵୟ ସତ୍ତା

ସହନଶୀଳତା, ଧର୍ଯ୍ୟ ରଖିଲେ ସଂଜ୍ଞା ଗୁଣବତ୍ତା

ଥିଲି ଝିଅ ହେଲି ବୋହୁ ଭାବି କର୍ତ୍ତବ୍ୟରତା

ଆଚରଣ ଉଚ୍ଚାରଣ କହେ ଜୀବନର ସାର୍ଥକତା

ବିବାହ ଏକ ସ୍ୱୟଂଶାସିତ ପାରିବାରିକ ସୂତା

ଛିଡ଼ିଯିବ ନାହିଁ ଥିଲେ ଆନ୍ତରିକ ସ୍ନେହ ମମତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract