ସାମ୍ରାଜ୍ଯ
ସାମ୍ରାଜ୍ଯ
ରାଜା ମହାରାଜା ରାଜ ସିଂହାସନେ
ଅଭିଷିକ୍ତ ହେବାପରେ ।
ସାମ୍ରାଜ୍ଯ ବିସ୍ତାର ଲାଳସା ରଖନ୍ତି
ଦେଖ ଅତୀତ ପୃଷ୍ଠାରେ ।୧।
ନିଜ ସେନାପତି ସୈନିକ ସାମନ୍ତ
ଦଳବଳ ସହ ଯାଇ ।
ଦିଗ୍ ବିଜୟ କରି ଫେରି ଆସୁଥିଲେ
ବିଜୟ ନାଗରା ବାଇ ।୨।
ଧନ ରତ୍ନ ଆୟ ଅଳଙ୍କାର ସବୁ
ହାତୀ ଘୋଡା ପୃଷ୍ଠେ ବହି ।
ଘେନି ଆସୁଥିଲେ ଶତ୍ରୁରାଇଜରୁ
ନିଜ ସାମ୍ରାଜ୍ଯ ବଢାଇ ।୩।
ସାମ୍ରାଜ୍ଯ ବିସ୍ତାର ହେବାପରେ
ତାକୁ ରଖୁଥିଲେ ସୁରକ୍ଷିତ ।
ସୁରକ୍ଷା ପାଇଁକି ରାଜକର୍ମଚାରୀ
ହେଉଥିଲେ ନିୟୋଜିତ ।୪।
ରାଜା ରାଜୁଡାଙ୍କ ସାମ୍ରାଜ୍ଯ ବିସ୍ତାର
ହୋଇଥାଏ ଏକ ନିଶା ।
ସମ୍ରାଜ୍ୟ ପାଇଁକି ହସ୍ତିିନାପୁୁରରେ
ଚାଲିଲା କପଟ ପଶା ।୫।
କେତେ ଯେ ସାମ୍ରାଜ୍ଯ ଗଠନ ହୋଇଛି
ଇୟତ୍ତା ତାହାର ନାହିଁ ।
କାଳର ବକ୍ଷରେ ହୋଇଅଛି ଲୀନ
ଆଜି ତାର ସତ୍ତା ନାହିଁ ।୬।
ନାହାନ୍ତି ସେ ରାଜା ନାହାନ୍ତି ସେ ପ୍ରଜା
ନାହିଁ ଆଜି ସେ ସାମ୍ରାଜ୍ଯ ।
ସେ ସ୍ଥାନରେ ଆଜି ଗଠିତ ହୋଇଛି
କେତେ ନୂଆ ଦେଶ ରାଜ୍ଯ। ୭।
କାହିଁ ରାଜତନ୍ତ୍ର କାହିଁ ଗଣତନ୍ତ୍ର
କାହିଁ କେ ଶାସନ କଲେ ।
ନୂଆ ସାମ୍ରାଜ୍ଯର ଗଠନ ହୋଇଲେ
ନୂଆ ରାଜନୀତି ଚାଲେ ।୮।
ସାମ୍ରାଜ୍ଯ ପତନ ସାମ୍ରାଜ୍ଯ ଗଠନ
ଚକ୍ରବତ ଚାଲିଥାଏ ।
ସୁନ୍ଦର ସାମ୍ରାଜ୍ଯ କାଳର ବକ୍ଷରେ
ସ୍ବର୍ଣ୍ଣାକ୍ଷରେ ଲେଖାଥାଏ ।୯।
