ଆତ୍ମାରେ ଈଶ୍ବର ବିରାଜିତ
ଆତ୍ମାରେ ଈଶ୍ବର ବିରାଜିତ
ମୋ ଏଇ ମଣିଷ ଜୀବନରେ,
କଟିଛି କେତେ ଦିନ ନାହିଁ ମୋ ହିସାବରେ,
ଫଗୁଣର ଫୁଲରେ,
ମଳୟର ପବନରେ,
ଗ୍ରୀଷ୍ମର ଉତ୍ତାପରେ,
ବର୍ଷାର ନାଚରେ,
ଦେହ ଥରା ଶୀତରେ,
ଖରା ଆଉ ବରଷାରେ,
ଶେଫାଳି ଓ ରଜନୀଗନ୍ଧାର
ମହମହ ବାସ୍ନାର ସୁଗନ୍ଧରେ,
କେତେବେଳେ ଉଡ଼ିଛି ମନର ଆକାଶରେ,
ସପନ ମାନଙ୍କର ପଟୁଆରକୁ ଧରି ଆଖିରେ |
କେତେ ବଣ ପାହାଡ଼ ବୁଲି ବୁଲି ଡେଇଁଛି,
କେବେ ସମୁଦ୍ରକୁ ନିର୍ନିମେଷ ନୟନେ ଅନେଇ ରହିଛି,
ସମସ୍ତ କୀଟରୁ ପତଙ୍ଗକୁ ଚିହ୍ନି ତ ପାରିନି,
ସ୍ଥାବରୁ ଜଂଗମ ସରବଂକୁ ଜାଣି ପାରିଲିନି,
ମନରେ ପ୍ରଶ୍ନ କରିଛି କାହା ଦ୍ୱାରା ଏ ସବୁ ପରିଚାଳିତ,
ଲୋକେ କହନ୍ତି ସଭିଙ୍କ ଆତ୍ମାରେ ଈଶ୍ବର ବିରାଜିତ,
ମୋ ମନ୍ଥନରେ ବାରମ୍ବାର ଭାବନାରେ ସମୟ କରିଛି ଅତିବାହିତ,
ହାୟରେ ମୋ ମଣିଷ ଜୀବନ ଖାଲି ହୋଇଛି ମୁଁ ପରାଜିତ |