STORYMIRROR

Pramila Mohanty

Abstract Inspirational

4  

Pramila Mohanty

Abstract Inspirational

ପତ୍ନୀ ହେବ ଏମିତି

ପତ୍ନୀ ହେବ ଏମିତି

1 min
210

ପତ୍ନି ହେବ ଏମିତି 

ପତି ସହ ପାଦରେ

ପାଦ ମିଳାଇ ଚାଲୁଥିବ ଯେମିତି

କରୁଥିବ ସଦା ତାଙ୍କରି ସମ୍ମାନ

ଭଲ ପାଉଥିବ ଢାଳି ମନ ପ୍ରାଣ

ପତି ହିଁ ପରମେଶ୍ବର

ଅଟନ୍ତି ସାଥି ସୁଖ ଦୁଃଖର

ସଵୁ ବେଳେ କରୁଥିବ ତାଙ୍କରି ଆଦର

ଅଟନ୍ତି ସେ ଚଳନ୍ତି ଈଶ୍ବର

ସବୁ ପରିସ୍ଥିତି ରେ କରୁଥିବ

ନିଜକୁ ସମର୍ପିତ

ଜୀବନ ରେ ଆସୁପଛେ ଯେତେ ଝଡ

ନ ହୋଇବ କେବେ ସେ କାତର

ପିଲାଙ୍କୁ ସବୁବେଳେ

ଦେଉଥିବ ଦୃଷ୍ଟି

ପାରୁଥିବ ତାଙ୍କ ଚରିତ୍ର ଗଢି

ପରିବାରକୁ ନେଉଥିବ ବାହି

ସଂସାର ଜଞାଳ ପୋତକୁ ଚଳାଇ

ସୁଖ ଦୁଃଖ କୁ ନିଜ ପଣତେ

ଯେ ବାନ୍ଧି ରଖଇ

ସୁ ପତ୍ନୀ ବୋଲି ସେହି

ବିବେଚିତ ହୁଅଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract