Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Abstract

4  

Umashankar Satpathy

Abstract

ଦୋଳି

ଦୋଳି

1 min
248



ଆସ, 

ପୁଣି ଥରେ ଦୋଳିରେ ଝୁଲିବା;

କତା, ଝୋଟ ବା ପ୍ଲାଷ୍ଟିକ୍ ଦଉଡ଼ିରେ ନୁହେଁ

ପରମାତ୍ମା ସ୍ନେହର ଡୋରିରେ ଝୁଲିବା;

କେଉଁ ଗୋଟେ ଗଛର 

ଦୁର୍ବଳ ଶାଖାରେ ନୁହେଁ

ଦୃଢ଼ ନିଶ୍ଚୟର ଅବିନାଶୀ ଆସ୍ଥାରେ ଝୁଲିବା;

ରବର ଖଣ୍ଡେ, କି କାଠ ପିଢ଼ାର ଆସନରେ ନୁହେଁ

ପଦ୍ମଫୁଲ ପରି ପବିତ୍ର ଜୀବନର ଆସନରେ ବସିବା;

ଜିହ୍ୱା ଲାଳସାର 

ପୋଡ଼ପିଠା ନୁହେଁ

ଅତୀନ୍ଦ୍ରିୟ ସୁଖର 

ସ୍ୱାଦରେ ହଜିବା;

ସମସ୍ତଙ୍କୁ ଶୁଭେଚ୍ଛାର 

ମିଠାଇ ବାଣ୍ଟିବା;

ପାଦକୁ କେବେ ବି ରଖିବାନି ଭୂଇଁ ଉପରେ

ସ୍ଥୂଳ ଦେହର ଦୁଇପାଦ ନୁହେଁ ମ, 

ବୁଦ୍ଧିର ପାଦ

ରଖିବାନି କେବେ ମର ସଂସାରର ବସ୍ତୁ, 

ବ୍ୟକ୍ତି, ବୈଭବ ଭିତରେ;

ଆସ, 

ପୁଣି ଥରେ ପରୀଟିଏ ହୋଇ

ଅନନ୍ତ ଗଗନର ନିଜ ଅଗଣାରେ ଉଡ଼ିବା;

ଆସ, ପୁଣିଥରେ ଦୋଳିରେ ଝୁଲିବା



Rate this content
Log in

Similar oriya poem from Abstract