କରୋନାକୁ ପଦେ
କରୋନାକୁ ପଦେ


କରୋନାରେ କରୋନା
କେବେ ଯିବୁ କହନା,
ସାରା ବିଶ୍ୱ ହନ୍ତସନ୍ତ
ତୋହ ପାଇଁ ରେ ସିନା ।
କରୋନାରେ କରୋନା
ତୋର ସ୍ରଷ୍ଟା ଚାଇନା,
ମନ୍ଦବୁଦ୍ଧି ପାଞ୍ଚି ସିଏ
କଲା ପୁଣି କଳ୍ପନା ।
କରୋନାରେ କରୋନା
ଦେଲୁ କେତେ ଯାତନା,
କେବେ କିଏ ଦେଖିନାହିଁ
ବିଶ୍ୱେ ଏହି ଘଟଣା ।
କରୋନାରେ କରୋନା
ତୋତେ କିଏ ଦେଖେନା,
ଏତେ କ୍ଷୁଦ୍ର ତନୁ ଧରି
ସବୁସ୍ଥାନେ ତୁ ସିନା ।
କରୋନାରେ କରୋନା
ମୋର ଏହି ପ୍ରାର୍ଥନା,
ଜୀବନକୁ ପୁଣିଥରେ
ଗତିଶୀଳ କରାନା !
କରୋନାରେ କରୋନା
ମନେ ବହୀ କରୁଣା,
ସଂସାର ମଙ୍ଗଳ ପାଇଁ
ବିଦାୟ ତୁ ନିଅ ନା!
କରୋନାରେ କରୋନା
ଘୃଣା, ଦ୍ୱେଷ ଭରାନା,
ଜୀବନତ ପ୍ରେମମୟ
ତୁ କି ଏହା ଜାଣୁନା ?
କରୋନାରେ କରୋନା
ସାରା ବିଶ୍ୱେ ତୁ ସିନା,
ଅଦୃଶ୍ୟ ଶତ୍ରୁ ରେ ତୁହି
ମାୟା ଯୁଦ୍ଧ ଛାଡ଼ ନା !
କରୋନାରେ କରୋନା
ରାକ୍ଷସଟେ ତୁ ସିନା,
ଦୁଃଖ ଶୋକ ହାହାକାରେ
ଜୀବନ କଲୁ ତୁ ଚୁନା ।
କରୋନାରେ କରୋନା
ନିତି ଆଉ ଡରାନା,
ଜ୍ଞାନ ବିଜ୍ଞାନ କେବେରେ
ହାରିନାହିଁ ହାରେନା ।
କରୋନାରେ କରୋନା
ସ୍ମିତ ହାସ କରନା,
କେହିନୁହଁ ଚିରକାଳ
ଏ କଥା ତୁ ଭୁଲନା ।
କରୋନାରେ କରୋନା
ମଣିଷ ତ ହାରେନା,
ଲଢ଼ୁଅଛି ଲଢ଼ୁଥିବ
ଜିତିବା ଯାଏଁ ସେ ସିନା।