STORYMIRROR

Sasmita Barik

Abstract

4  

Sasmita Barik

Abstract

ଆହାତ ସ୍ବପ୍ନ

ଆହାତ ସ୍ବପ୍ନ

1 min
174

ସତରେ ଏମିତି

ଗୋଟେ ଦିଆସିଲି କାଠିର ଆୟୁଷ ଭଳି

ସରିଯିବ କି ଜୀବନ ?

ନାରୀ ବୋଲି କ'ଣ

ସ୍ବପ୍ନ ଦେଖିବାକୁ ବି ଆଖିକୁ ବାରଣ ?

ସ୍ବପ୍ନ ପକ୍ଷୀ ତ ଅହରହ ଡେଣା ମେଲୁଛି

ମୋ ଆକାଶରେ

ହେଲେ ସମୟ ସାଥ୍ ଦିଏନି ଉଡି଼ବାକୁ

ସମୟ କେବଳ

ଚିତ୍ର ହେଇଯାଏ ମୋ ରଫ୍'ଖାତାରେ

ଆଉ ମୋ ଉତକ୍ଷିପ୍ତ ଭାବନା

ନୀରବତାର କନ୍ଥା ବିଛେଇ ଶୋଇଯାଏ ।

ସେମାନେ ତ ବଢି଼ଯିବେ ଢେର୍ ଆଗକୁ

ସଫଳତାର ଜମି ମାପୁ ମାପୁ

ବାକି ରହିଯିବି ମୁଁ

ଅନିଚ୍ଛା ସତ୍ତ୍ବେ ରହିବ

ଅଧୁରା ସ୍ବପ୍ନର କୁହାଟ ମେଂଚେ ବିକଳପଣ।

ତାଙ୍କର ପାପ ତପ ସବୁୁ

ସ୍ବାଧୀନତାର ଚମକେ ଚକ୍'ଚକ୍

କେବଳ ମୋରି ପାଇଁ ହଜାରେ ପ୍ରଶ୍ନର କାଠଗଡା

ସନ୍ଦେହର ଅଗ୍ନି ପରୀକ୍ଷା

ଅନ୍ୟାୟର କୁରୁସଭା

ଆଉ କେତେଦିନ ?

କିଛି ନହେଲା ପରି

ସମସ୍ତେ ଚାଲିଯାଆନ୍ତି ,ଚାଲିଯିବେ

ନିଜ ନିଜ ବାଟରେ

ମୁଁ ଶବଟିଏ ଭଳି ନିଜକୁ ପୋତୁଥିବି

ନିଜେ ହିଁ ଗାତଟିଏ ହେଇ

ନିଜ କୋହ ଢାଳୁଥିବି ନିଜେ କାନ୍ଧ ହେଇ

ନିଜ ଲୁହ ପୋଛୁଥିବି ନିଜେ ହସ ହେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract