Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Barik

Romance

4.7  

Sasmita Barik

Romance

ଗୁପ୍ତ ପ୍ରଣୟ

ଗୁପ୍ତ ପ୍ରଣୟ

1 min
259



ମୋର ଦେହେ ସ୍ବପ୍ନ ଭିତରେ ବହିଚାଲେ,         

ସମୟ ସ୍ରୋତରେ                          

ଖାଲି ତୁମ ପ୍ରତିକ୍ଷାରେ ! 

ଆଜି ବିଷର୍ଣ୍ଣ ହୋଇ ଉଠେ ପ୍ରାଣ               

ଖାଲି ତୁମ ସାନ୍ନିଧ୍ୟରେ !                       

ମନେ ପଡେ ନାହିଁ ମୋର       

କେବେ ସେ ଦିନ ଦିନ ତୁମ ସନ୍ଧାନରେ 

ମୋର ଏଇ ବିବର୍ଣ୍ଣ ଦେହରେ ! 

ଉତ୍କଣ୍ଠା ବଢେ ଆଜି ମୋର ହୃଦୟରେ 

ବର୍ଣ୍ଣନା କରିବା ଲାଗି ତୁମ ବିଷୟରେ।

ପ୍ରୀତିର ଆଭାସେ ମୁଁ ଆଜି କରୁଛି ବରଣ

ଖାସ୍ ତୁମ ଲାଗି ସାଜି ଅଛି ବିରାହୀ ନୟନ।

ସାର୍ଥକ ହୋଇଛି ଆଜି ମୋ ଦିବ୍ୟ ଚେତନା ! 

ମୁଗ୍ଧ ହୁଏ ମନ ଆଜି ତୁମ ଆଭାସରେ 

ଦେଖା ଦେବ କେବେ ତୁମେ ଏ ଚକ୍ଷୁ ନୟନେ !

ଉତ୍ ଫୁଲ୍ଲିତ ହୁଏ ଆଜି ମୋ ମନ ଗଗନେ

ତୁମରି ଭାସ୍ୱର ମୂର୍ତ୍ତି ,

ଉଦ୍ ଭାସିତ ହୁଏ ମୋର ନୟନରେ ।

ତୁମରି ସରଳ ସୌମ୍ୟ ,

ତେଲ ଆଉ ରଂଗର ଚେହେରା 

ବହିଚାଲେ ମୋର ,

ଶୀତଳ ତମ ପ୍ରାଣ ପିଣ୍ଡରେ ! 

ସମୟର ଚୌଦ୍ଵାରରେ ଉଦ୍ ଭାସିତ ମୋର ମନ

ଥରେ ମାତ୍ର ଦେଖିବା ଲାଗି ତୁମରି ଦର୍ଶନ।

ବ୍ୟାକୁଳ ବିବ୍ରତ ଏ ମନ ,

ଖାଲି ତୁମରି ସନ୍ଧାନ ପାଇଁ ।

ତୁମରି ଭାସ୍ କୃତ ରୂପ ,

ହୁଏତ ପଥରେ ପିତଳେ ।

ଉଦ୍ ଭାସିତ ହୁଏ ମୋ ଚକ୍ଷୁ ବଦନେ! 

ଆଜି ବି ଆଖିରେ ନାଚେ,

ତୁମ ଶୁଭ୍ର ସ୍ନାତ ମୂର୍ତ୍ତି । 

ଦେଖା ଦେବ କେବେ ତୁମେ ଏ ଚକ୍ଷୁ ନୟନେ ! 

ତୁମ ସାଥେ ଚାହେଁ ଏହି ଗୋପନ ପ୍ରଣୟ 

ପ୍ରକାଶ୍ୟରେ ତୁମ ସଂଙ୍ଗ ବିଭେଷିକା ମୟ । 



Rate this content
Log in

Similar oriya poem from Romance