STORYMIRROR

Sasmita Barik

Children Stories

3  

Sasmita Barik

Children Stories

ସ୍ମୃତି ଅତୀତର

ସ୍ମୃତି ଅତୀତର

1 min
257

ସ୍ମୃତି ତୁମେ ବିଗତର ଚିତ୍ରପଟ

ମୋ ମନ ଅଗଣାର ।।

ସ୍ମୃତି ତୁମେ ମୁଠି ଚାଉଳ ମୁଠାଏ

ମୋ ଚାଟଶାଳୀର ।।


ସ୍ମୃତି ତୁମେ ବାଲିଗରଡାଟେ

ମୋ ବାଲ୍ୟବସ୍ଥାର ।।

ସ୍ମୃତି ତୁମେ ମଳୟର ଛୁଆଁ

ମୋ ଯୌବନ ବେଳର ।।


ସ୍ମୃତି ତୁମେ ଗ୍ରୀଷ୍ମର ନିଦାଘ

ମୋ ସଂଘର୍ଷ ବେଳର ।।

ସ୍ମୃତି ତୁମେ ଶ୍ରାବଣର ଧାରା

ମୋ ବିରହୀ ପ୍ରାଣର ।।


ସ୍ମୃତି ତୁମେ ଶରତର ନିର୍ମଳ ଆକାଶ

ମୋ ହୃଦ ପଟଳର ।।

ସ୍ମୃତି ତୁମେ ହେମନ୍ତର ଶିଶିର ବିନ୍ଦୁ

ମୋ ଉଲ୍ଲାସ ଭାବର।।


ସ୍ମୃତି ତୁମେ ଶୀତଋତୁ ଉଷ୍ଣ ଅନୁଭବ

ମୋ ନିଆଁ ପୋଇବାର ।।

ସ୍ମୃତି ତୁମେ ବସନ୍ତର ମଳୟ ସ୍ପର୍ଶ

ମୋ ଭରା ଯୌବନର।।


ସ୍ମୃତି ତୁମେ ମୋ ମନ ମନ୍ଦିରରେ ,

ପ୍ରଣୟର ମୂର୍ତ୍ତି ,

ସ୍ମୃତି ତୁମେ ଉଦବେଳିତ ମୋ ମନର ,

ପ୍ରୀତିଲଗ୍ନା ସାଥି ।।


ପ୍ରେମର ଚିରଶ୍ରୋତା ଧାରା ତୁମେ

ପ୍ରିତୀର ପାଖୁଡାଟିଏ ,

ବିଚ୍ଛେଦର କୋହ ତୁମେ.... ପୁଣି

ବିରହର ଭଗ୍ନ ମୂର୍ତ୍ତିଟିଏ ।।


ଆଡେଇ ଚାଲେ ତୁମକୁ ,

ତୁମର ସେ ପୁତିଗନ୍ଧ ମଧ୍ୟୁ ଟିକେ

ସୁଗନ୍ଧି ଆଶାରେ,

ବଞ୍ଚିଯିବ ଅବଶିଷ୍ଟ ଜୀବନଟା ମୋର

ସୁଗନ୍ଧିତ ସ୍ମୃତି ସାହାରାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍