ବୃଦ୍ଧାଵସ୍ଥାରେ ରୋମାନ୍ସ
ବୃଦ୍ଧାଵସ୍ଥାରେ ରୋମାନ୍ସ


ଆଜି ବି ତୁମେ ଚାହିଁଥାଅ
ମୋ ହାତ ଧରି ବାଟ ଚାଲିବା ପାଇଁ ।
ଆଜି ବି ତୁମେ ଅପେକ୍ଷା କର
ତୁମ କୁଞ୍ଚ ସାଇଜ୍ କରିବା ପାଇଁ ।
ଏବେ ବି ମନେ ପଡେ
ତୁମ ହାତ ଧରି ବର୍ଷା ଭିଜୁଥିବା ଦିନ ।
ସେ ଅତୀତର ଅଭୁଲା ସ୍ମୃତି !
ରୋମାଂଚିତ ହୋଇଉଠେ
ସିହରଣ ଖେଳିଉଠେ ଏ ଦେହେ ।
ସ୍ମୃତି ଚିତ୍ରପଟ ହୋଇଉଠେ
ମୋ ଆଖି ଆଇନାରେ
ଖୁଵ୍ କ୍ଷଣକ ପାଇଁ ।
ହେଲେ ସେ ସ୍ମୃତିର ଆୟୁଷ ଖୁବ୍ କମ୍
ଠିକ୍ ସ୍ବପ୍ନ ପରି ।
ତୁମେ ଅଛ ମୁଁ ଅଛି
ଆମେ ଭୋଗିବାଦୀ
ଚାଲ... ଜୀବନକୁ ଉପଭୋଗ କରିବା
ବୟସକୁ କ୍ୟାଲେଣ୍ଡର କରି
କାନ୍ଥରେ ଝୁଲାଇବା !