STORYMIRROR

Sasmita Barik

Romance

3  

Sasmita Barik

Romance

ବୃଦ୍ଧାଵସ୍ଥାରେ ରୋମାନ୍ସ

ବୃଦ୍ଧାଵସ୍ଥାରେ ରୋମାନ୍ସ

1 min
161

ଆଜି ବି ତୁମେ ଚାହିଁଥାଅ

ମୋ ହାତ ଧରି ବାଟ ଚାଲିବା ପାଇଁ ।

ଆଜି ବି ତୁମେ ଅପେକ୍ଷା କର ମୋତେ

ତୁମ କୁଞ୍ଚ ସଜେଇ ଦବା ପାଇଁ ।


ଏବେ ବି ମନେ ପଡେ

ତୁମ ହାତ ଧରି ବର୍ଷାରେ ଭିଜୁଥିବା ଦିନ ,

ସେ ଅତୀତର ଅଭୁଲା ସ୍ମୃତିରେ

ରୋମାଂଚିତ ହୋଇଉଠେ ଦୁନିଆଁ

ସିହରଣ ଖେଳିଉଠେ ଆଖିରେ ।


ସ୍ମୃତି ଚିତ୍ରପଟ ହୋଇଉଠେ

ମୋ ଆଖି ଆଇନାରେ

ଖୁଵ୍ କ୍ଷଣକ ପାଇଁ ,

ଆମେ କଣ ସରିଗଲେ

କଥା ଥିଲା ସାତ ଜନ୍ମ ବଂଚିଥାନ୍ତେ

ଗୋଟେ ଜନ୍ମ ପାଇ ।


ତୁମେ ଅଛ ମୁଁ ଅଛି

ଆଉ କଣ ଦର୍କାର ଯେ

ଚାଲ, ଆଉଥରେ ବଞ୍ଚିବା

ବୟସକୁ କ୍ୟାଲେଣ୍ଡର କରି

କାନ୍ଥରେ ଝୁଲାଇବା !



Rate this content
Log in

Similar oriya poem from Romance