STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଚିତୋଉ ଅମାବାସ୍ୟା ବା ହରାଲି ଉଆଁସ

ଚିତୋଉ ଅମାବାସ୍ୟା ବା ହରାଲି ଉଆଁସ

1 min
269


ମଗଧା ଯାଦବ ସଂସ୍କୃତିରେ ହୁଏ

ଉଆଁସୀ ଅତି ମହତ୍ତ୍ଵ

ହରାଲି ଉଆଁସୀ ପାର୍ବଣର ପର୍ବ

କୃଷିଭିତ୍ତିକ ମହତ୍ତ୍ଵ ।


ଅନୁଷ୍ଠିତ ହୁଏ ପବିତ୍ର ପାର୍ବଣ

ଶ୍ରାବଣ ମାସରେ ଏହି

କୃଷ୍ଣ ପକ୍ଷ ପୁଣି ଅମାବାସ୍ୟା ଦିନ

ପବିତ୍ର ପାର୍ବଣ ଏହି ।


ଚିତୋଉ ନାମରେ ଅମାବାସ୍ୟା ହୁଏ

କୃଷିର ମହତ୍ତ୍ଵ ତହିଁ

ବିଧିବିଧାନରେ ପାଳନ କରନ୍ତି

କୃଷକ ମାନେ ହିଁ ଯହିଁ ।


ଯାଦବ ମାନଙ୍କ ପରଂପରା ପର୍ବ

ଶାସ୍ତ୍ରରେ ବର୍ଣ୍ଣିତ ଏହି

ଗୋ ପୂଜନର ହିଁ ପବିତ୍ର ପୂଜନ

ଗୁହାଳ ପୂଜାଟି ଏହି ।


ଯାଦବ ରମଣୀ ସକାଳୁ ଉଠିଣ

ଗୋବର ମଣ୍ଡିତ ଗୃହ

ଗାଧୁଆ ପାଧୁଆ ସାରିଣ ରମଣୀ

ସଜ୍ଜିତ କରନ୍ତି ଗୃହ ।


ହଳଦୀ ମିଶ୍ରିତ ଚାଉଳକୁ ପୁଣି

ବନ୍ଦାପନା ଗରୁଗାଇ

ଭକ୍ତି ଚିତେ ହୁଏ ଗୋ ବଂଶ ର ପୂଜା

ନାନାଦି ନୈବେଦ୍ୟେ ଦେଇ ।


ଅତି ହି

ଁ ମହତ୍ତ୍ଵ କେନ୍ଦୁ କାଠ ବାଡ଼ି

ଯାଦବ ଅସ୍ତ୍ରଟି ଏହି

ହରାଲି ଉଆଁସେ ପୂଜନ କରନ୍ତି

କେନ୍ଦୁ ବୃକ୍ଷେ ତଳେ ରହି ।


ଧୂପ ଦୀପ ପୁଷ୍ପେ ପୂଜନ କରନ୍ତି

ନାନାଦି ନୈବେଦ୍ୟ ଦେଇ

ସଙ୍ଖ ଧ୍ବନି ଆଉ ହୁଳହୁଳି ଶବ୍ଦେ

ଭକ୍ତିପୂର୍ଣ୍ଣ ଚିତ ହୋଇ ।


କେନ୍ଦୁ ବୃକ୍ଷ ପୂଜି କେନ୍ଦୁ ଡାଳ ଘେନି

ଜମିକୁ ଯାଆନ୍ତି ସବୁ

ଜମିରେ ସ୍ଥାପନା କେନ୍ଦୁ ବୃକ୍ଷ ଡାଳ

ଭକ୍ତିରେ ଗାଡନ୍ତି ସବୁ ।


ହରାଲି ଉଆଁସ ପବିତ୍ରତା ଦିନ

ପିତ୍ରୁ ଜନ ପୂଜା ତହିଁ

ନାନାଦି ବ୍ଯଞ୍ଜନ କରିଣ ସେ ଦିନ

ଅର୍ପଣ କରନ୍ତି ଯହିଁ ।


ପବିତ୍ର ପାର୍ବଣ ପବିତ୍ର ଦିନଟି

ଚିତୋଉର ଅମାବାସ୍ୟା

ଚାଷୀ ଭାଇଙ୍କର ଚାଷର ପାର୍ବଣ

ଅଟେ ହରାଲି ଉଆଁସ ।


ମଗଧା ଯାଦବ ସଂସ୍କୃତିରେ ହୁଏ

ଉଆଁସୀ ଅତି ମହତ୍ତ୍ଵ

ହରାଲି ଉଆଁସୀ ପାର୍ବଣର ପର୍ବ

କୃଷିଭିତ୍ତିକ ମହତ୍ତ୍ଵ ।


Rate this content
Log in

Similar oriya poem from Abstract