Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Others

4.5  

Pranati Panda

Abstract Others

କୁହୁଳା ସମ୍ପର୍କ

କୁହୁଳା ସମ୍ପର୍କ

1 min
173



କଥାର ଚାତୁରୀ ରୂପର ମାଧୁରୀ

   ପ୍ରୀତି ଭରା ମିଠା ହସ ,

ସମୟର ଏହି   କଷଟି ପଥରେ

    ଘୋରୁଅଛି ମିଠା ବିଷ । 


ଛଳନାରେ ଭରା ସମ୍ପର୍କର ସେତୁ

   ଲହୁ ଲୁହାଣରେ ଭରା,

ସାମ୍ପ୍ରତିକ ଏଇ  ସମାଜ ଭିତରେ

    ସମ୍ପର୍କ ନ'ଦିଏ ଧରା ।


ନିଃଶ୍ୱାସ ବହ୍ନି'ରେ ଦରପୋଡ଼ା ଆଜି

     ଆତ୍ମା ସହିତ ଆତ୍ମାର ,

ମଣିଷ ପଣିଆ  ସ୍ୱାହା ହୋଇଅଛି

     ଶୁଭୁଛି ଖାଲି ଚିତ୍କାର ।


ଅବକ୍ଷୟ ଏହି   କୁହୁଳା ସମ୍ପର୍କ

     ମୁଖାପିନ୍ଧା ମଣିଷର,

ଅତୁଟ ବିଶ୍ୱାସ  ସତ୍କାର ହେଉଛି

     ସହ୍ୟ କରି ଅତ୍ୟାଚାର ।


ତଥାପି ଭିଜୁଛି   ନିର୍ଲଜ ମଣିଷ

     ସମ୍ପର୍କର ବରଷାରେ ,

ଯେଉଁଠି ସମ୍ପର୍କ   ବଳି ପଡ଼ିଅଛି

    ବିନା ଯୁଦ୍ଧ ଓ ସନ୍ଧିରେ ।


        


Rate this content
Log in

Similar oriya poem from Abstract