STORYMIRROR

Bijay Prusty

Abstract

4  

Bijay Prusty

Abstract

କରୁଣା ସାଗର ହରି

କରୁଣା ସାଗର ହରି

1 min
144


କି ଅବା ମାଗିବି କାହିଁକି ମାଗିବି

କେଉଁଥିରେ ତୁମେ କରିଛ ଉଣା

ଭରି ଦେଇଛ ମୋ ଝୁଲିକୁ ହେ ପ୍ରଭୁ

ଅଜାଡି ଦେଇଛ ତୁମ କରୁଣା I

ଜୀବନ ଗୋଟିଏ ବେଗମତୀ ନଦୀ

ତୁମେ ସେ ନଦୀର ପ୍ରଖର ସୁଅ

ବୟସ ଡଙ୍ଗାରେ ପାରି ମୁଁ ହେଉଛି

ତୁମେ ସାଥେ ଅଛ ନାହିଁ ମୋ ଭୟ I

ତୁମେ ଦେଖାଇଛ ହସର ସହର

ତୁମେ ଭିଜାଇଛ ଲୁହରେ ମୋତେ

ତୁମ ହାତ ଧରି ବାଟ ମୁଁ ଚାଲୁଛି

ତୁମବିନା ମୋର ଶକତି କେତେ? 

ମୋ ଭିତରେ ତୁମ ଇଛା ପୂର୍ଣ୍ଣହେଉ

ଜୀବନ ସର୍ବସ୍ୱ ତୁମେ ହିଁ ହୁଅ

ତୁଣ୍ଡେ ସଦା ଥାଉ ତୁମନାମ ପ୍ରଭୂ

ଚଲାବାଟ ମୋତେ ଦେଖାଉ ଥାଅ I

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract