କରୁଣା ସାଗର ହରି
କରୁଣା ସାଗର ହରି


କି ଅବା ମାଗିବି କାହିଁକି ମାଗିବି
କେଉଁଥିରେ ତୁମେ କରିଛ ଉଣା
ଭରି ଦେଇଛ ମୋ ଝୁଲିକୁ ହେ ପ୍ରଭୁ
ଅଜାଡି ଦେଇଛ ତୁମ କରୁଣା I
ଜୀବନ ଗୋଟିଏ ବେଗମତୀ ନଦୀ
ତୁମେ ସେ ନଦୀର ପ୍ରଖର ସୁଅ
ବୟସ ଡଙ୍ଗାରେ ପାରି ମୁଁ ହେଉଛି
ତୁମେ ସାଥେ ଅଛ ନାହିଁ ମୋ ଭୟ I
ତୁମେ ଦେଖାଇଛ ହସର ସହର
ତୁମେ ଭିଜାଇଛ ଲୁହରେ ମୋତେ
ତୁମ ହାତ ଧରି ବାଟ ମୁଁ ଚାଲୁଛି
ତୁମବିନା ମୋର ଶକତି କେତେ?
ମୋ ଭିତରେ ତୁମ ଇଛା ପୂର୍ଣ୍ଣହେଉ
ଜୀବନ ସର୍ବସ୍ୱ ତୁମେ ହିଁ ହୁଅ
ତୁଣ୍ଡେ ସଦା ଥାଉ ତୁମନାମ ପ୍ରଭୂ
ଚଲାବାଟ ମୋତେ ଦେଖାଉ ଥାଅ I