ଆତ୍ମା ଅବିନାଶୀ
ଆତ୍ମା ଅବିନାଶୀ
ପୁରୁଣା ହୋଇଲେ ବସ୍ତ୍ର ନୂତନ ପିନ୍ଧୁଛି
ପୁରାତନ ଦେହ ଛାଡି ନୂତନେ ମିଶୁଛି ।
ଆତ୍ମା ଅଟେ ଅବିନାଶୀ ମୃତ୍ୟୁ ନାହିଁ ତାର
ନୂତନ ଦେହରେ ହୁଏ ପ୍ରକଟ ତାହାର ।
ନାହିଁ କେଉଁ ଅସ୍ତ୍ର ଭବେ ଆତ୍ମାକୁ କାଟିବ
ଯେତେ ହିଁ ପ୍ରଖର ଅଗ୍ନି ଜାଳି ନ ପାରିବ ।
ନ ପାରିବ ଜଳ କେଭେଁ ଆତ୍ମକୁ ଭିଜାଇ
ନ ପାରିବ କେହୁ କେଭେଁ ଏହାକୁ ସଢାଇ ।
ନ ପାରିବ ବାୟୁ କେଭେଁ ଏହାକୁ ସୁଖାଇ
କାରଣ ଆତ୍ମାଟି ଏହି ଅଛେଦ୍ଯ ଅଟଇ ।
ଅଦାହ୍ୟ ଅଛେଦ୍ଯ ଅଟେ ଆତ୍ମ ହିଁ ଭବରେ
ନିଃସନ୍ଦେହ ଅଶୋଷ୍ୟ ଅଟୋଇ ହିଁ ବିଶ୍ବରେ ।
ନିତ୍ୟ ସର୍ବଗତ ସ୍ଥିର ଅଚଳ ଆତ୍ମା ହିଁ ଏହି
ସନାତନ ଅବିନାଶୀ ଆତ୍ମା ହିଁ ଟି ଏହି ।
ଅବ୍ୟକ୍ତ ଅଚିନ୍ତ୍ୟ ବିକାର ରହିତ ଏହି
ସବୁ ଜାଣି ଶୁଣି କିମ୍ବା ଚିନ୍ତା କରୁ ତୁହି ।
ନିତ୍ୟେ ମରୁ ଅଛି ଆତ୍ମା ନିତ୍ୟେ ହିଁ ଜନ୍ମୁଛି
ସବୁ ଜାଣି ଶୁଣି ପୁଣି ଚିନ୍ତା କାହିଁକି ହେଉଛି ।
ଜନ୍ମ ହିଁ ହୋଇଲେ ମୃତ୍ୟୁ ଅବଶ୍ୟ ହୋଇବ,
ଆତ୍ମା ଅବିନାଶୀ ହିଁ ଅନ୍ୟ ଶରିରେ ମିଶିବ ।
ଜନ୍ମ ହୋଇ ଥିବା ଜନ ଅବଶ୍ୟ ମରିବ
ମରି ଥିବା ପ୍ରାଣୀ ଜନ୍ମ ଅବଶ୍ୟ ହୋଇବ ।
ଯାହା ଅନିବାର୍ଯ୍ୟ ଅଟେ ଘଟେ ହିଁ ଭୂମିରେ
ସମୟର ଚକ୍ର ନିଶ୍ଚେ ଆସେ ସେ ପ୍ରକାରେ ।
ଶୋକ କରିବା ହିଁ ନାହିଁ ଜୀବନ ଯାତ୍ରାରେ
କର୍ମପଥେ ଅଗ୍ରସର ହୁଅ ନିରନ୍ତରେ ।
ପୁରୁଣା ହୋଇଲେ ବସ୍ତ୍ର ନୂତନ ପିନ୍ଧୁଛି
ପୁରାତନ ଦେହ ଛାଡ଼ି ନୂତନେ ମିଶୁଛି ।
