Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Others

4.5  

Pranati Panda

Abstract Others

ଫିକା ଫିକା ସମ୍ପର୍କ

ଫିକା ଫିକା ସମ୍ପର୍କ

1 min
202



ଥିଲେ ଥାଉପଛେ ଅମାପ ସମ୍ପତ୍ତି

    ସ୍ନେହ, ଶ୍ରଦ୍ଧା ବିନା ସବୁ ଅସାର,

ସମ୍ପର୍କ ଡୋରିରେ ବିତୃଷ୍ଣା ଜାଗଇ

    ପ୍ରେମ ବିନା ଲାଗେ ଶ୍ମଶାନ ଘର ।


ହଳାହଳ ବିଷ ଝରଇ ବୁକୁରେ

    ବିକଳାଙ୍ଗ ହୁଏ ଧରା ମାନବ ,

ସ୍ବାର୍ଥ ପିଆଲାରେ ମଦିରା ଭରଇ

    ସମ୍ପର୍କରେ ରଟେ ମହା ତାଣ୍ଡବ ।


ଜ୍ଞାନଶୂନ୍ୟ ହୋଇ ସୁଜ୍ଞାନୀ ମାନବ

     ଖଣ୍ଡ ପ୍ରଳୟରେ ହୁଏ ଅଧିର ,

ପାଦଚିହ୍ନ ହୋଇ ସ୍ମୁତି ରହିଯାଏ 

      ନାମମାତ୍ର ରହେ ସମ୍ପର୍କ ସାର ।


ଅଚିହ୍ନା ଅତିଥି ସମ ଏ ବିପତ୍ତି

    ଘରେ ଘରେ ଆଜି ହୁଏ ବିଷମ ,

ହଜିଲାଣି ଭାବ ମଧୁର ସମ୍ପର୍କ

     ବନ୍ଧୁଭାବ ପ୍ରୀତି ସ୍ନେହଭାଜନ ।

     



Rate this content
Log in