Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଫକୀର ମୋହନ ସେନାପତି ସ୍ମରଣେ

ଫକୀର ମୋହନ ସେନାପତି ସ୍ମରଣେ

1 min
227



ସମ୍ଭାବନା ଯହିଁ      ସରିଆସୁଥାଏ

      ତହିଁ ପୂଜ୍ୟ ବ୍ୟାସ କବି

ଗଢି ଦେଇଥିଲେ     ସମ୍ଭାବନାମୟ

     ଏକ ନୂତନ ପୃଥିବୀ ।


ଅନ୍ଧ ବିଶ୍ବାସର    ପ୍ରହେଳିକା ଯହିଁ

      କରିଥିଲା ଅଧିଷ୍ଠାନ

ଆଙ୍କି ଦେଇଥିଲେ    ବିଶ୍ବାସର ଚିତ୍ର

      ପୂଜ୍ୟ ଫକୀର ମୋହନ ।


ନକାରାତ୍ମକର        ଭାବନା ସମୁହ

        ତାଙ୍କ ଲେଖନୀ ମୁନରେ

ସକାରାତ୍ମକରେ       ଚିତ୍ରିତ ହୋଇଛି

     ନବ  ଭାବ  ସ୍ପନ୍ଦନରେ ।


ସର୍ଜନଶୀଳତା        ସମ୍ରାଟ ଅଟନ୍ତି

     ମଣିଷ ଭାବରେ ସିଏ

ବୁଦ୍ଧି  ବିବେକର      ସୁଦକ୍ଷ ବିନ୍ଧାଣୀ

      ଦକ୍ଷ  ସେନାପତିଟିଏ ।


ଓଡିଆଙ୍କ ପ୍ରତି        କୃତଜ୍ଞଚିତ୍ତ ସେ

       ସାହିତ୍ୟର ସେନାପତି


 ଆତ୍ମାରେ ଯାହାର      ସହୃଦୟତାର

         ସମ୍ମୁଜ୍ଜ୍ବଳ   ଭାବମୂର୍ତ୍ତୀ ।


ଅନେକ   ସଙ୍ଘର୍ଷ    ଜୀବନେ କରିସେ

       ଆମ ଲାଗି ନୀଳ ଆକାଶ

ଅନେକ  ଉପେକ୍ଷା       ବିରୋଧ  ଏଡାଇ

         ରଚିଗଲେ  ଇତିହାସ ।


ଅବିମୃଶ୍ୟକାରୀ         ଭାବକୁ ମନରୁ 

       ଦୃଢ ଭାବେ ପରାହତ

କରି ଜୀବନରେ       ପ୍ରତିଷ୍ଠା କରିଲେ

      ଆମ ଓଡିଆ ସାହିତ୍ୟ ||


ଉନବିଂଶ ଅର୍ଦ୍ଧ        ଶତାବ୍ଦୀର ସିଏ

     ଓଡିଆ ଆଲୋକ ବର୍ତ୍ତିକା

ଜୀବନର ଯେତେ     ଅଭାବ ବୋଧରେ

      ପୂର୍ଣ୍ଣ ଅବବୋଧ ଲେଖା ।


ପଢା ବହିଠାରୁ         ପତ୍ର ପତ୍ରିକାଦି

        ମୁଦ୍ରା ଯନ୍ତ୍ର   ପ୍ରତିଷ୍ଠାରେ

 କବିତାରୁ  ଗଳ୍ପ      ଉପନ୍ୟାସ ଲେଖି

        ଅମର ସେ ଓଡିଶାରେ ।


ମୁକ୍ତି ଓ ସ୍ବସ୍ତିର        ଆନନ୍ଦ ଭରିଲେ

       ତାଙ୍କ ରମ୍ୟ ସାହିତ୍ୟରେ

ଓଡିଆ ଜାତିର        ଅସ୍ମିତାର ରକ୍ଷା

       ପଣ ତାଙ୍କ ଜୀବନର ।


ଓଡିଶାର  ଗ୍ରାମ      ନଗର ଆଦିର

        ଛବି ତାଙ୍କ ରଚନାରେ

ଓଡିଆଙ୍କ ଭାଷା      ଓଡିଆ ଚଳଣୀ

        ସଂସ୍କୃତି ଆଦିରେ ଭରେ ।


ତାଙ୍କ କାର୍ଯ୍ୟଧାରା      ବହୁ ସମସ୍ୟାର

        କରିଥିଲା ସମାଧାନ

ଗୁଣାତ୍ମକ  ଅବା      କଳାତ୍ମକ ତାଙ୍କ

       ଉତ୍କର୍ଷତାର ପ୍ରମାଣ ।


ତାଙ୍କରି ଜୀବନ     ଏ ଦେଶ ଜାତିର

         ସର୍ବଶ୍ରେଷ୍ଠ ଇତିହାସ

ସମ୍ବେଦନାଠାରୁ      ସ୍ବାଭିମାନ ଅବା

       ସଂଘର୍ଷର  ନନ୍ଦିଘୋଷ ।


ଅସାଧାରଣ ସେ       ମହାନ ଆଦର୍ଶର

       ଶାଣିତ ନିଛକ ସତ୍ୟ

କାଳଜୟୀ ଅଟେ       ତାଙ୍କର ସର୍ଜନା

      ତାଙ୍କ ଓଡିଆ ସାହିତ୍ୟ ।


ଆମ ଆଧୁନିକ      ଓଡିଆ ସାହିତ୍ୟ

       କଥା ସାହିତ୍ୟ ଜନକ

ଆମରି ଓଡିଆ       ଜାତୀୟ ଜୀବନ

      ଅଭ୍ୟୁତ୍ଥାନ  ପ୍ରବର୍ତ୍ତକ ।


ପବିତ୍ର ମକର       ସଂକ୍ରାନ୍ତି ତିଥିରେ

      ମଲ୍ଲିକାଶପୁର ଗ୍ରାମେ

ଜନ୍ମ  ଲଭିଥିଲେ     ଫକୀର ମୋହନ

     ପୁଣ୍ୟ ବାଲେଶ୍ବର ଭୂମେ ।


ଅଷ୍ଟାଦଶ ଶତ      ତେୟାଳିଶ ସାଲ

     ମକର ସଂକ୍ରାନ୍ତି ଠାରୁ

ଉଣେଇଶ ଶହ     ଅଠର ମସିହା

     ପହିଲି ରଜରେ ସରୁ

ଥିବା ସମୟର     ଅବଧି ବିସ୍ତୃତ

    ତାଙ୍କର ଜୀବନ କାଳ

ଅନେକ ସଂଘର୍ଷ   କରିଣ ଜୀବନେ 

    ବାହୁଡିଲେ ଦେଖି ବେଳ ।


ଲେଖନୀ ତାଙ୍କର    ଚିର ପ୍ରବହନ୍ତି

     ପ୍ରଗଳ୍ଭା ତଟିନୀ ପରି

ସୃଷ୍ଟି କରିଥିଲା     ଗଳ୍ପ ଉପନ୍ୟାସ

      ଗଦ୍ୟ ପଦ୍ୟ ଏକାପରି ।


ଲଛମନିଆଁ ଠୁ     ମାମୁଁ ଓ ଲଛମା

      ଛଅ ମାଣ ଆଠ ଗୁଣ୍ଠ

ପ୍ରାୟଶ୍ଚିତ ଆଦି      ଉପନ୍ୟାସ ଆମ

    ସାହିତ୍ୟ ମାଇଲ ଖୂଣ୍ଟ ।


ରେବତୀରୁ ନେଇ      ଡାକମୁନ୍ସୀ ସାଥେ

       ପେଟେଣ୍ଟ ମେଡିସିନରେ

'ପାଠୋଇ ବୋହୂ' ବା    'ସୁନା ବୋହୂ' ହେଉ

        'ରାଣ୍ଡୀ ପୁଅ ଅନନ୍ତା'ରେ ।


ଅନ୍ୟାୟ କଷଣ       ଅତ୍ୟାଚାର ଅବା

        ଅନ୍ଧ ବିଶ୍ବାସ ବିରୁଦ୍ଧେ

ଅତ୍ୟନ୍ତ  ଶାଣିତ       ଲେଖନୀ ତାଙ୍କର

        ସମାଜ ସଂସ୍କାର ଯୁଦ୍ଧେ ।


ଆତ୍ମ  ଜୀବନୀର       ପ୍ରଥମ ପୁସ୍ତକ

        ' ଆତ୍ମ ଜୀବନ ଚରିତ'

ଓଡିଆ ସାହିତ୍ୟ      ଆକାଶରୁ କେବେ

       ହେବନାହିଁ  ଅନ୍ତର୍ହିତ ।


ଉତ୍କଳ  ପ୍ରଦେଶେ       ନାରୀ ଶିକ୍ଷା ପ୍ରତି

         ନକାରାତ୍ମକର ଭାବ 


ରେବତୀ  ଗଳ୍ପରେ       ଆଙ୍କି ଦେଇଛନ୍ତି

          ଦୁର୍ଭିକ୍ଷର  ପରାଭବ ।


ରେବତୀ  ମନରେ        ପାଠ ପଢିବାର

          ଆଗ୍ରହ ପରିପ୍ରକାଶ


ଭରି ଦେଇଛନ୍ତି           ନାରୀ ଶିକ୍ଷା ପ୍ରତି

        ସେ ଆଗ୍ରହର ଉନ୍ମେଷ ।


ଦେୱାନ  ଭାବରେ       ଭୂୟାଁ ମେଳି ମଧ୍ୟେ

         ରାଜବାଟିକୁ ବଞ୍ଚାଇ

ପ୍ରଚଣ୍ଡ   ଧୀଶକ୍ତି        ଦେଖାଇଛନ୍ତି ସେ

         କେନ୍ଦୁଝରେ ବନ୍ଦୀ ଥାଇ ।


ଉନବିଂଶ ତମ        ଶତାବ୍ଦୀର ଅଧା

       ତାଙ୍କ ଲେଖନୀ ନିଃସୃତ

ସାହିତ୍ୟ  ସମୃଦ୍ଧ      କରି ଯାଇଛନ୍ତି

         ଗଳ୍ପ ଉପନ୍ୟାସାମୃତ ।


ତୁମ  ତିରୋଧାନ         ଦିବସରେ ଆଜି

         ପହିଲି ରଜବାସରେ

କୋଟି କୋଟି ବାର         ପ୍ରଣାମ କରୁଛି

         ଆଶିର୍ବାଦ କର ବାରେ ।


ଏ ଜାତି  ଅସ୍ମିତା        ସ୍ବାଭିମାନ ନେଇ

           ଚିରକାଳ ବଞ୍ଚିଥାଉ

ଚରାଚର  ବିଶ୍ବେ          ସବୁ ସରିଯାଉ

         ଜାତି ମୋର ଠିଆ ହେଉ ।


Rate this content
Log in

Similar oriya poem from Abstract