Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

3.6  

Geetanjali Prusty

Action

ଯାଦୁଖେଳ

ଯାଦୁଖେଳ

1 min
206



ଆସରେ ପିଲେ ଦେଖିବ ପରା

ଯାଦୁଖେଳର ମଜା

ମଣିଷକୁ ସେ ହାଣିକି ପୁଣି

ଯୋଡ଼ି କରୁଛି ତାଜା l


ଶୂନ୍ୟରୁ ଫୁଲ କାଢି ଦେଉଛି

ଡବାରୁ ମୁର୍ଗୀ ଛୁଆ

ରୁମାଲ ନେଇ ମାଳ କରୁଛି

ମଜା ଲାଗୁଛି ଯାହା l


ଛତା ଭିତରୁ ଦେଉଛି କାଢି

କେତେ ନୋଟ ମାଳ

ଦେଖିଲେ ସତେ ଲାଗେ ଆଶ୍ଚର୍ଯ୍ୟ

ଯାଦୁର କଉଶଳ l


ଖେଳ ପାଖରେ ଲୋକଙ୍କ ମେଳ

କିମିଆ କରେ ଯାଦୁ

ନୂଆରୁ ନୂଆ ସାଧନା କେତେ

ଆକର୍ଷଣର ବିନ୍ଦୁ l


ପଇସା ଦେଇ ଟିକେଟ କିଣି

ଦେଖିବା ଯାଦୁ ଖେଳ

କେତେ ପ୍ରକାର ଅଦ୍ଭୁତ ଖେଳ

ସଲାମ ଯାଦୁକର l


ଦୁର୍ମୁଲ୍ୟ ବିଦ୍ୟା ଶିଖିଛ ବୋଲି

କରୁଛ କେତେ ନାଟ

ଯାଦୁ ବିଦ୍ୟାରେ ପାରଙ୍ଗମ ସେ

ଦେଖାଏ ନୂଆ ବାଟ l


Rate this content
Log in

Similar oriya poem from Action