Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ମାନବିକତାର ପରାକାଷ୍ଠା

ମାନବିକତାର ପରାକାଷ୍ଠା

1 min
164



ଯେଉଁ ହୃଦୟରେ ନାହିଁ ସ୍ନେହ ପ୍ରେମ ସହୃଦ ମମତା

ଭଜ ଯେତେ ରାମ ନାରାୟଣ ମୁକୁନ୍ଦ ବା ମଧୁସୂଦନ 

ନୁହେଁ ମୋକ୍ଷ ପ୍ରାପ୍ତି,

ବିରାଜନ ନକରନ୍ତି ସେହି ହୃଦୟେ ଭଗବାନ ।


ଯେଉଁ ହୃଦୟ ସ୍ପନ୍ଦନ ନଜାଣିପାରେ ଅନ୍ୟ ର ସ୍ପନ୍ଦନ

ଭଜ ଯେତେ କୃଷ୍ଣ କେଶବ ହରି ହରି ବୈକୁଣ୍ଠ ବାମନ

ନୁହେଁ ମୋକ୍ଷ ପ୍ରାପ୍ତି, 

ବିରାଜନ ନକରନ୍ତି ସେହି ହୃଦୟେ ଭଗବାନ ।


ଯଦି ନାହିଁ ନିଷ୍କପଟ ମନ ସ୍ୱଚ୍ଛ ହୃଦୟର ଭାବନା

ଭଜ ଯେତେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ 

ନୁହେଁ ମୋକ୍ଷ ପ୍ରାପ୍ତି,

 ବିରାଜନ ନକରନ୍ତି ସେହି ହୃଦୟେ ଭଗବାନ ।


ଯଦି ନାହିଁ ମନ ଅନ୍ୟର ଦୁଃଖ କଷ୍ଟକୁ ଲିଭେଇବା ଇଛା

ଭଜ ଯେତେ ହରେ ରାମ ହରେ ରାମ ରାମ ରାମ ହରେ ହରେ

ନୁହେଁ ମୋକ୍ଷ ପ୍ରାପ୍ତି,

ବିରାଜନ ନକରନ୍ତି ଭଗବାନ ସେହି ହୃଦୟରେ ।


ଅନ୍ୟର ଦୁଃଖ ଜାଣି ସାହାଯ୍ୟ ସହଯୋଗକୁ ଯେ ପଛlଏ ନାହିଁ

ନକର ପଛେ ହରେ ମୁରାରେ ମଧୁକୈଟର୍ଭ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ

ପାଏ ଶାନ୍ତି ପ୍ରାପ୍ତି,

 ବିରାଜନ କରନ୍ତି ସ୍ୱଂୟ ଭଗବାନ ସେହି ହୃଦୟରେ ।


କୁହ ମୋତେ ନରାଧମ ନାସ୍ତିକ ମାନେନା ମୋକ୍ଷ ପ୍ରାପ୍ତି ଭାବ

ନଜାଣିଛି ହରି ନାମେ କି ରସ ଅଛି, ପାନ କଲା ଲୋକ ଜାଣିଛି 

କାରଣ, ମାନବିକତାର ପରାକାଷ୍ଠା

ଜଳଜଳ ହୋଇ ମୋତେ ଦେଖା ଯାଉଥାଏ ।



Rate this content
Log in

Similar oriya poem from Abstract