ଅମର ସେ ଚିର ଅମର
ଅମର ସେ ଚିର ଅମର
ପ୍ରକୃତରେ ବିପ୍ଳବୀ ଜାଣେ
ତା ଅନ୍ତର ବେଦନା କେତେ
କେତେ ହରାଇଛି
କେତେ ସେ ପାଇଛି
ତାକୁ ବୁଝିବେ
ନିରୀହ ଜନ କେମନ୍ତେ ?
ଚିନ୍ତାଶୀଳ ବ୍ୟକ୍ତି
ୟାକୁ ନ ବୁଝନ୍ତି
ବିପ୍ଳବୀ ହୃଦୟ
ବିପ୍ଳବୀ ର ମନ
କେବଳ ଦେଶ ଭକ୍ତ
ବୁଝିଥାନ୍ତି ।
ସମୂହ ସ୍ଵାର୍ଥରେ
ଥାଏ ନିଜ ସ୍ଵାର୍ଥ
ବିପ୍ଳବୀ ଲୋଡେ ନା
କ୍ଷମତା କି ଅର୍ଥ
ବିପ୍ଳବୀ ଚାହେଁ
ସମାଜ ରେ ଶାନ୍ତି
ଦଳିତ ଶୋଷିତ
ଜୀବନରେ ମୁକ୍ତି ।
ପରିବାର ପରିଜନ
ବିପ୍ଳବୀ ପାଇଁ ବି
ନୁହେଁ ମୂଲ୍ୟ ହୀନ
କୋଟି ଜନତାର
ଦୁଃଖେ ହୋଇ ଲୀନ
ବିପ୍ଳବ ର ଶିଖା
କରି ଲେଲିହାନ
ବିପ୍ଳବୀ ବିପ୍ଳବରେ
ସିନା ଝାସ ଦିଏ ପ୍ରାଣ ।
ହୋଇ ପାରେ
ସେ ସର୍ବହରା
ହୋଇପାରେ
ସେ ବାସ ହରା
ନୁହେଁ ସେ ଦିଗହରା
ନୁହେଁ ସେ ନୀତି
ନୈତିକତା ଆଦର୍ଶହରା
ସେ ଚିନ୍ତା କରେ
ସମୂହର, ସମାଜର
ସେ ଦେଖେ
ସମୂହ ଭିତରେ
ତା'ର ବନ୍ଧୁ ପରିଜନ
ସଖା ସହୋଦର
ସେ ସରଳ ନିଷ୍କପଟ
ତା'ର ହୃଦୟ ବିଶାଳ
ତା'ର ହୃଦୟ ଉଦାର
ବିପ୍ଳବୀ ସେ ବିପ୍ଳବୀ
ଦେଶ, ଜାତି ତଥା
ସମାଜ ପାଇଁ
ଅମର ସେ
ଚିର ଅମର ।
