STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

କୁହ କୁହ ହେ କାଳିଆ

କୁହ କୁହ ହେ କାଳିଆ

1 min
179


କୁହ କୁହ ହେ କାଳିଆ

ସଂସାରେ ରହିଛି ଏତେ ତାର ତମ୍ୟ

ଧନୀ ନିର୍ଦ୍ଧନ ଙ୍କ ମଧ୍ୟେ,

ସର୍ବହରା ଗୋଷ୍ଠୀ ଖଟି ବଞ୍ଚୁଛନ୍ତି

ଧନିକର ନିତି ଭୋଜି

ଏପରି କାହିଁକି ଚାଲିଛି ଏଠାରେ

ଯୁଗ ଯୁଗାନ୍ତ ର ପାଇଁ।

ମଣିଷ ମଧ୍ୟରେ ଏତେ ଅବିଶ୍ବାସ

ଛନ୍ଦ, କପଟ, ମାୟା

ବିନା ପରିଶ୍ରମେ ଅତୁଳ ସମ୍ପଦ

ହାତ ପାଆନ୍ତାରେ ଆସୁ

ହିଂସା, ଅନ୍ୟାୟ ଦୁର୍ନୀତି ଶୋଷଣ

 ହେଉଅଛି ଚିର ସାଥି।

ସମାଜ ର ପ୍ରତି ସ୍ଥଳେ ଦେଖୁଅଛି

ଅତ୍ୟାଚାର, ଦୁର୍ବଳ ଉପରେ ସବଳର।

ତୁମରି ସୃଷ୍ଟିରେ ନାରୀ ଓ ପୁରୁଷ

 ଏକ ମୁଦ୍ରା ଦୁଇ ପାର୍ଶ୍ୱ

ତେବେ କାହିଁ ପାଇଁ ନାରୀକୁ

ସଜାଇ ଅବଳା, ଦୁର୍ବଳା ଭାବେ

ଧର୍ଷଣ, ଶୋଷଣ, ନାନାଦି ଯନ୍ତ୍ରଣା

 ଅସମ୍ମାନିତ କରୁ ଘର ଓ ବାହାରେ।

ସଂସ୍କୃତି ରେ ଏବେ ଅପସଂସ୍କୃତି ର ରାଜ

ପରିବାର ପରା ଭୁଷୁଡି ଗଲାଣି

 ସ୍ବାର୍ଥ ପାଇଁ, ଲଢେ଼ଇ ଚାଲିଛି

ମଣିଷ ପଣିଆ ଫେରିବ କି ନାହିଁ

 କୁହରେ ରେ କାଳିଆ କୁହ।

ଏସବୁ ଦେଖୁଛି ପ୍ରାୟ ନିତି ଦିନ

 ସମାଧାନ କିଛି ନାହିଁ

ତୁମର ସୃଷ୍ଟିକୁ ତୁମେ ହିଁ ସମ୍ଭାଳ

 ତୁମେ ପରା ଆଦି ମୂଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action