Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action

3  

Satyanarayan Sahoo

Action

ଅପରିଚିତ

ଅପରିଚିତ

1 min
183



ଅପରିଚିତ ଲୋକଙ୍କ ନିକଟରେ ମନ

ଥିବା ବେଳେ ଆମେ ହୁଏ ଉଦ୍ବେଗ ଆଚ୍ଛନ୍ନ ।

ନାନା ପ୍ରକାର ରେ ଭାବ ଜ।ଗଇ ମରମେ

କେତେ ଆଶା ଆଶଙ୍କା ଯେ ଜାଗୁ ଥାଏ ମନେ ।

ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ଭାର

ଅରପଇ କେବେ କେବେ ହୁଏ ଶଙ୍କା କୁଳ ।

ସନ୍ଦେହ ପ୍ରକଟ ହେଉ ଥାଏ ନିରନ୍ତର

କିନ୍ତୁ ପରିଚିତ ସଙ୍ଗେ ମିଶଇ ଅନ୍ତର ।

ଆବେଗ , ଉଦବେଗ ସୃଷ୍ଟି କରି ଆଚମ୍ବିତ

କରେ ମନ ପ୍ରାଣ ଚିତ୍ତ ହୁଅଇ ଚକିତ । 

ରହସ୍ୟ ରୋମାଞ୍ଚ ଜ।ଗେ ଅପରିଚିତ ଙ୍କୁ

ପରିଚୟ ହେଲେ ସ୍ନେହ ପ୍ରେମ ଆନନ୍ଦ କୁ ।

ଧରି ତାଙ୍କ ସାଙ୍ଗେ ମିଶି ହରଷିତ ହୋଇ

ଆହ।ଲାଦ ଧାରେ ପ୍ରାଣ ଆମୋଦ ଯୋଗାଇ ।

ଶ୍ରଦ୍ଧା ଆଦର ବାତ୍ସଲ୍ୟ ମମତା ପରଶେ

ଅପରିଚିତ ଲୋକ ଯେ ଆଶ୍ଚର୍ଯ୍ୟ ବରଷେ ।

କେବେ କେବେ ସେହି ଦଗା ଦେଇ ଯାଏ ଚାଲି

ଅପରିଚିତ ଲୋକଙ୍କ ସ୍ବଭାବ କିପରି ।

ଜାଣିବା ର ପାଇଁ ମନେ ଉଠଇ ଉତ୍କଣ୍ଠା

ତାଙ୍କ ସଙ୍ଗେ ମିଶି ବାକୁ କଲେ ମନେ ଚେଷ୍ଟା ।

ତାହାଙ୍କ ସ୍ବଭାବ ହାବଭାବ ଆଗ ଦେଖି

ଅପରିଚିତ ଲୋକଙ୍କ ସାଥେ ଥାଉ ମିଶି ।



Rate this content
Log in

Similar oriya poem from Action