ଚଷାଭାଇ ଡାକି ରଜ ଆସେ ପଶି
ମଉଜ ତୁମ ଯୋଗୁଁ ନହୁଅ ହତାସୀ
ତୁମେ ବଳ କଳ ଭଣ୍ଡାର ଶରଦଶଶୀ
ବାରମାସୀ ଚଢେଇଟି ପରି ଚାଷୀ
ଖରା ବର୍ଷା ଶୀତ କାକରେ ନଋଷି
ଲାଗିରହେ ଧାନ ମୁଗ ପରଷି
ସହେ ଖାଏ ରହେ ଉଦାସୀ
କେଵେ ଋଣ କେଵେ ରଣରେ ପଶି
ମୁକୁଳି ପାରିନି ଏଯାଏଁ ହୋଇରହିଛି ଶଶୀ
କେହି ଦେଇନି କେଵେ ପିଠି ଆଉଁସି
ଆଗେଇଚାଲିଛି କାନ୍ଥରେ ପିଠି ଘଷି
କାଳିଆ ବଳିଆ ବୁଝନ୍ତି ଚାଷୀ ହିଁ ଉଆଁସୀ
ତାଙ୍କ ପିଠି ସାଉଁଳି ଫଳାଇ ପାଚିଲା କଷି
ଚାଷୀ ଦେଖେ ସୂର୍ଯ୍ୟଙ୍କୁ ପ୍ରଥମ କଳସୀ
ବର୍ଷା ତାର ମାଆ ଯେଣୁ ଦିଏ ପାଣି ପରଷି
ସାତରୁତୁ ସହ ଚାଷୀ କରିଛି ସାଲିସ
ତା କାଳିଆ ବଳିଆ ଭଲ ତ ତାର ନାଲିସ
ଭୟ ନାହିଁ ଝଡ଼ ବାତ୍ୟା ବନ୍ୟା କି ପୋଲିସ
ମୁଣ୍ଡ ଝାଳ ତୁଣ୍ଡେ ମାରୁ ମାରୁ ପଲିସ
ଦୁଃଖର କଥା ଚାଷୀ ପିଏ ବିଷ ଶିଶି
ଏବେଠୁ ସଚେତନ ନହେଲେ ମିଶି
ଖାଦ୍ୟ ଓ ଖାଦକ ଉଭୟେ ଅଣନିଶ୍ୱାସୀ
ଚାଷୀ ସଭିଙ୍କ ଭାଇ ବନ୍ଧୁ ସହୋଦର ହସି
କାନ୍ଧରେ ତା ହାତରସ୍ପର୍ଶ ଦେଇ କୁହ ଆସି
ଭଲ ଥାଅ ଭାଇ ଭାତହାଣ୍ଡିର ଉଷସୀ
ତୁମେ ଗଢିଦେଇ ପାର ଶସ୍ୟ ତାରକସି
ଦେଖିବାର ବେଳ ତୁମ ହାତରେ ବି ଅଶୀ
ସେ ଅଶୀ ଧାରେ ଜୀଵନପୁର୍ଣ୍ଣ ଅମୃତକଳସୀ
ଚାଷୀ ପରା ଭାତହାଣ୍ଡିର ଫୁଟନ୍ତା ତୁଳସୀ
,,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
9040977327