Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ରହିଛି ମୁଁ ଚାହିଁ

ରହିଛି ମୁଁ ଚାହିଁ

1 min
125



ଆସିବା ଦିନ ଠୁ ତୁମେ 

ଆଖିକୁ ମୋ ନିଦ ନାହିଁ ଶୀତରାଣୀ

ନିରେଖି ଦେଖୁଛି ମୁଁ ଚଉପାଶେ ଆକାଶକୁ

ତୁମ କଥା ଭାବି ଭାବି ବସି 

ମନ ଲାଗେ ଖୁସି ।

ଭଲ ଲାଗେ ତାପିବାକୁ ତୁମ ପ୍ରାତଃ

ଉଷୁମ କିରଣ

ସଜଫୁଟା ଗୋଲାପରେ ମୁକ୍ତା ବିନ୍ଦୁ

କାକର ଟୋପାକୁ ଦେଖି

ବଢିଯାଏ ପ୍ରବଣତା

ଶବ୍ଦ ଖୋଜି ପାଏ ନାହିଁ ମନ ,

କିଛି କଥା ବର୍ଣ୍ଣିବାକୁ ଚେଷ୍ଟାକରେ

କାଗଜ କଲମ

ରହିଯାଏ ବହୁ କିଛି ଅପ୍ରକାଶ୍ଯ

ହୃଦୟେ ଗୋପନ ।

ସଜଗ ମୁଁ କର୍ଣ୍ଣପାତି ରହି ଅଛି ଚାହିଁ

ଚୁପି ଚୁପି କାଳେ କିଛି ଶୀତରାଣୀ

କହିଦେବ ଇଙ୍ଗିତରେ ନୂଆ କଥା

ଖୋଜି ମୁଁ ପାଇବି ମୋତେ

ହୃଦୟକୁ ଯିବ ମୋର ଛୁଇଁ ।

    



Rate this content
Log in

Similar oriya poem from Romance