ଵୃଦ୍ଧ
ଵୃଦ୍ଧ
ବୃଦ୍ଧ ବୋଲି କେବେ ହତାଶ ହୁଅନା
ଏବେ ଆସିଛିରେ ବିଶ୍ରାମ ବେଳ।
ଜୀବନଟା ଖାଲି ଖଟିଖଟି ଗଲା
ନିଜ ଖୁସି ପାଇଁ ନଥିଲା ବେଳ।
ଦୁଇପ୍ରାଣୀ ଏବେ ମନ କଥା କୁହ
ଯାହା ରହିଗଲା ହୋଇ ଅକୁହା।
ବାହାରକୁ ଥରେ ବୁଲିବାକୁ ଯାଅ
ସାଙ୍ଗ ସାଥିସଂଗେ ଖୁସିରେ ଥାଆ।
ଅନୁଭବ ଆଉ ଦାୟିତ୍ୱ ଆଞ୍ଚରେ
ପାକଳ ମସ୍ତିଷ୍କ ହେ ବୃଦ୍ଧଜନ।
ସବୁ ସମସ୍ୟାର ସମାଧାନ ମାର୍ଗ
ଅନ୍ୟକୁ ଦିଅହେ ଦିଗଦର୍ଶନ।
କୋମଳ ଶିଶୁକୁ ଗଢି ନିଜ ହାତେ
ଶିଖାଇ ଶୁଦ୍ଧ ଚରିତ୍ର ଗଠନ।
ସ୍ନେହ ମମତାର ମଧୁରତା ଦେଇ
ସୁଦୃଢ କଲ ଦେଇ ଅନୁଶାସନ।
କଣ୍ଟାକୁ ଉଠାଇ ନିଜର ହାତରେ
ଫୁଲ ବିଛାଇଲ ତାଙ୍କ ରାସ୍ତାରେ।
ଭବିଷ୍ୟତ ପିଢି ସୁଖରେ ରହୁବୋଲି
ଯତ୍ନବାନ ଥିଲ ପ୍ରତି କ୍ଷଣରେ।
ବୃଦ୍ଧ ହେଲ ବୋଲି ହେଲ ଅନାଦର
ରହୁଅଛି କିଏ ଜରା ନିବାସେ।
ହେ ଭାବି ବଂଶଧର ଏ କଥାକୁ ହେଜ
ତୁମେ ବି ଭୋଗିବ ଏଇ ବୟସେ।
ଆମ ଗୁରୁଜନ ଆମ ଭଗବାନ
ତାଙ୍କରି କୃପାରେ ଆମେରେ ବଡ।
ଭୁଲିବାନି କେବେ ତାଙ୍କ ଯୋଗଦାନ
ଗୃହର ନାହି ବୋଲି ଆମେ ସୁଦୃଢ।
ଭୁଷୁଡି ପଡିବ ଆମରି ଜୀବନ
ତାଙ୍କ ଅନୁଭବ ଆମରି କାମ୍ୟ।
ତାଙ୍କରି ଆଶିଷ ଆମର ମଙ୍ଗଳ
ଲୋଡା ପଡିବ ଜୀବନ ତମାମ।
