STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ରାତ୍ରୀ

ରାତ୍ରୀ

1 min
220


ଦିନ ସରି ଯାଏ ସନ୍ଧ୍ୟା ଅପସରି

ରାତ୍ର ହୁଏ ଆଗମନ

ନୀରବ ନିଶ୍ଚଳ ହୁଅଇ ପୃଥିବୀ

ଚାରିଆଡେ ସୁନ ଶାନ।


ଆକାଶରେ ତାରା ଦେଖି ହସେ ଧରା

ସତେ ବା ସୁନେଲି ଫୁଲ

ଚନ୍ଦ୍ରମାର ସେହି ଶୁଭ୍ର ରୁପତାରେ

କେହି ନାହିଁ ତାର ତୁଲ।


ରାତ୍ରିର ଅନ୍ଧାର କର୍ମର ଶରୀର

ବିଶ୍ରାମକୁ ଖୋଜି ଥାଏ

ଦେଖୁ ଦେଖୁ ରାତ୍ରୀ ବଢ଼ି ବଢ଼ି ଆସେ

ସପନରେ ହଜି ଯାଏ।


ଜହ୍ନ ଯୋଛନାର ଶୀତଳ ସମୀର

ଏଇ ରାତ୍ରୀ ପାଇଁ ଆସି

ଅମାବାସ୍ୟା ଜହ୍ନ ଅନ୍ଧାର ମୁଲକ

ପୂର୍ଣ୍ଣିମାରେ ଦିଏ ହସି।


କଳା ପାଟ ଶାଢ଼ୀ ଓଢ଼ଣୀ ଫାଙ୍କରେ

ଅପରୂପ ତାର ଶୋଭା

ମଗ୍ନ ତପସ୍ଵିନୀ ରାତ୍ର ଆଲିଙ୍ଗନ

ସଜାଇ ଦିଏ ତା ଗଭା।


ତୁମ ପାଇଁ ରାତ୍ରୀ ଏ ଜୀବ ଜଗତ

ଶାନ୍ତିରେ ପାରଇ ଶୋଇ

ଦୁଃଖ କଷ୍ଟ ଯେତେ ଯନ୍ତ୍ରଣାକୁ ଭୁଲି

ଆଶା ଦୀପ ଜାଳି ଦେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy