STORYMIRROR

Energetic and Motivated Classes Omm

Abstract Comedy

4  

Energetic and Motivated Classes Omm

Abstract Comedy

ରାତିର କବିତା ଲେଖା

ରାତିର କବିତା ଲେଖା

1 min
176


ରାତିରେ ମୋତେ ନିଦ ହେଲାନି 

ଉଠିଲି ଆସି ବସି, 

ମନ ମୋହର କହିଲା ଟିକେ 

କବିତା ଦେଲି ଲେଖି... 

ହାତରେ ଧରି ଖାତା କଲମ 

ଲେଖିଲି ଅବିରତ, 

କବିତାକୁ ମୁଁ ପାଉଛି ଭଲ 

ଜାଣଇ ଏହା ସତ... 

ମଧୁର ଶବ୍ଦ ଗଢ଼ି ଚାଲିଲି 

ଲେଖିଲି କିଛି କଥା, 

କବିତା ମୋର ଜୀବନ ପ୍ରାଣ 

ସିଏ ତ ମୋର ସଖା... 

ସକାଳୁ ଉଠି ଘରଣୀ ମୋର 

ଡାଏରୀ ଦେଲା ଖୋଲି, 

ପଢିକି ସିଏ ମନେ ଭାବିଲା 

କବିତା ଝିଅ ବୋଲି... 

କାନ୍ଦି କାନ୍ଦିକା ଆଖି ଲାଲ 

ମୁଁହ ଶୁଖେଇ ଦେଲା, 

କହିଲା ମୁହିଁ ଯାଉଛି ଘର 

ଏକାତ ରୁହ ଭଲା... 

ଟିକିଏ ମୁହିଁ ଚମକି ଗଲି 

କହିଲେ କିସ ପ୍ରିୟା, 

ରାଗ ତାଙ୍କର ଏମିତି କଣ 

ହଇଲେ ପୁଣି ନିଆଁ ... 

ମୁଁହକୁ ଚାହିଁ ପଚାରେ ସିଏ 

କବିତା କିଏ କୁହ, 

କେମିତି ଇଏ ଝିଅଟା ପୁଣି 

କଉଠି ରୁହେ କୁହ... 

ତା'ପାଇଁ ଏତେ ରାତି ଅନିଦ୍ରା 

ଲେଖୁଛ ତୁମେ ବସି, 

ଆଉ କିଏକି ଅଛିତ ପୁଣି 

କୁହ ମୋ ଆଗେ ଆସି... 

ଏହି କଥାକୁ ଶୁଣିକି ମୁହିଁ 

କହିଲି ପ୍ରିୟା ଶୁଣ, 

କବିତା ନୁହେଁ ଝିଅର ନାମ 

ଏହା ତୁମର ଭ୍ରମ... 

କବିତା ଏକ ହୃଦୟ ଭାଷା 

କବି ତ ଲେଖିଯାଏ, 

ମନରେ ଆସେ ଯେଉଁ ଭାବନା 

କାଗଜେ ଟିପି ଦିଏ... 

ସମାଜ ପାଇଁ ଲେଖେ ମୁଁ ବସି 

ଭଲ ଖବର କଥା, 

ମନ ତୁମର ଶାନ୍ତ କରାଅ 

ନକରି ଆଉ ବ୍ୟଥା... 

ଶୁଣିକି ପ୍ରିୟା ଟିକିଏ ପୁଣି 

ଦେଲା ତ ସିଏ ହସି, 

ସନ୍ଦେହ ମନୁ କରିଲା ଦୂର 

ନ ଭାବି ଆଉ କିଛି...

ପାଖକୁ ଆସି ମୁଣ୍ଡ ଆଉଁସି 

ମଥାରେ ଦେଲା ଚୁମା, 

କହିଲା ପ୍ରିୟ ଭୁଲ ହେଇଛି 

କରିବ ମୋତେ କ୍ଷମା....।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract