କବି ଟିଏ ପୁଣି ମୁହିଁ
କବି ଟିଏ ପୁଣି ମୁହିଁ
ଯାହା ମୋ ହୃଦୟେ ଭାବନା ଆସଇ
ଲେଖି ଯାଏ ବସି ମୁହିଁ...
କେବେ ମିଳିଥାଏ ପ୍ରଶଂସାର ପତ୍ର
କେବେ ଗାଳି ମିଳୁ ଥାଇ .... |
କବି ଟିଏ ପୁଣି ମୁହିଁ......
କାଗଜ କଲମ ସାଥୀ ତ ମୋହର
କବିତା ମୋହର ସଖା...
ମଧୁର ଶବଦ ପ୍ରାଣର ସଙ୍ଗିନୀ
ଲେଖୁଥାଏ ନୂଆଁ କଥା.... |
କବି ଟିଏ ପୁଣି ମୁହିଁ......
ସାହିତ୍ୟ ସାଧନା କରିଲି ଜୀବନେ
ଭାଗ୍ୟରେ ଥିଲା ମୋ ଲେଖା...
ସମାଜ ହିତରେ ଲେଖୁଥାଏ ବସି
କିଛି ନୁଆଁ ନୁଆଁ କଥା... |
କବି ଟିଏ ପୁଣି ମୁହିଁ......
ମନେ ମନେ ମୁହିଁ ଭାବୁ ଥାଏ ବସି
ଲେଖିବିନି କିଛି ଆଉ ...
ଲେଖିଲେ କି ମୋର ପେଟ ପୁରୁଅଛି
ଲୋକ ଖାଉ ଥାନ୍ତି ଭାଉ ...|
କବି ଟିଏ ପୁଣି ମୁହିଁ......
ଭୋକର ଯନ୍ତ୍ରଣା ଛଟପଟ ହୁଏ
ଚୁଲି ମୋର ଜଳେ ନାହିଁ...
ଗରିବର ଦୁଃଖ କିଏ ବା ବୁଝୁଛି
ଲୁହ ଯାଉ ଥାଏ ବହି... |
କବି ଟିଏ ପୁଣି ମୁହିଁ......
ମନ ଭିତର ର ଅସହ୍ୟ ଯନ୍ତ୍ରଣା
କେହି ଏଠି ବୁଝନ୍ତିନି...
ସମସ୍ତ ଭାବନ୍ତି ଭଲରେ ସେ ଥିବ
ଲେଖୁ ଅଛି ଭଲ ପୁଣି... |
କବି ଟିଏ ପୁଣି ମୁହିଁ......
