ଦୁଃଖି ମଣିଷର ଅକୁହା କଥା
ଦୁଃଖି ମଣିଷର ଅକୁହା କଥା
ଜଗତ କରତା ଜଗତର ନାଥ
ଆହେ ପ୍ରଭୁ ଜଗନ୍ନାଥ |
କେଉଁ ଜନମରେ ପାପ କରିଥିଲି
ଦେଉଅଛ ମୋତେ ଦୁଃଖ ||
ସତ କହୁଥିଲେ ପୁଣ୍ୟ ମିଳେବୋଲି
ଲେଖା ଅଛି ପୁରାଣରେ |
ସତ କହି ଆଜି କଷ୍ଟ ମୁଁ ଯେ ପାଏ
ଏହି ବଡ଼ ଦୁନିଆରେ ||
ପିଲାବେଳେ ମୁହିଁ ପଢୁଥିଲି ଦିନେ
ଅନ୍ୟାୟ କରିବା ପାପ |
ଦେଖୁଅଛି ନିତି ଆଖି ଯେ ମୋହର
କେତେ ସତ କେତେ ମିଛ ||
ଗରିବ ବୋଲିମୁଁ ପାଏନି ସମ୍ମାନ
କରନ୍ତି ମୋତେ ତ ଥଟ୍ଟା |
ଏମିତି ଜୀବନ ଦେଲ କାହିଁ ପାଇଁ
ହୁଏ ମୁହିଁ ଲୋକ ହସା ||
ଅନ୍ୟାୟ କରିକି ଅର୍ଥ ଉପାର୍ଜନ
ହେଉନାହିଁ ମୋର ଠାରେ |
ଶିକ୍ଷାଦାନ କରି ଯେତେ କଷ୍ଟ କଲେ
ଉଚିତ ମୂଲ୍ୟ ନମିଳେ ||
କେବେ ଶୁଣେ ଗାଳି ଭଲ କାର୍ଯ୍ୟ କରି
ହୃଦୟରେ ହୁଏ କଷ୍ଟ |
ମନ କଥା ମନେ ରଖିଯାଉଥାଏ
ନହୋଇ ମୁହିଁତ ବ୍ୟସ୍ତ ||
ଏମିତି ଦୁର୍ଭାଗ୍ୟ ନଦିଅ ଯେ ତୁମେ
ଆଉ କାହା ଜୀବନରେ |
ଏତିକି ବିନତି କରୁଛି ମୁଁ ଅଳି
ଦୋଷ ନଧରିବ ବାରେ ||
